ଅଧରାତିରେ ବବି ଦାସଙ୍କ ଭାଇଙ୍କୁ ଅଟକ ରଖିଲା ପୋଲିସ

ଯାଜପୁର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଦ୍ୱାରା ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି […] The post ଅଧରାତିରେ ବବି ଦାସଙ୍କ ଭାଇଙ୍କୁ ଅଟକ ରଖିଲା ପୋଲିସ appeared first on Dharitri Odia News.

ଅଧରାତିରେ ବବି ଦାସଙ୍କ ଭାଇଙ୍କୁ ଅଟକ ରଖିଲା ପୋଲିସ

ଯାଜପୁର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଦ୍ୱାରା ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ ରଖାଯାଇଛି।

ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି ଭଲ ବ୍ୟବସାୟ ହେଉ ନ ଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ। ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକବେଳେ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରୁଥିବାବେଳେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଯାଇଛି ।

ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ସିଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି। ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ହିମାଂଶୁ ଚେତାଇ ଦେଇଛନ୍ତି।

The post ଅଧରାତିରେ ବବି ଦାସଙ୍କ ଭାଇଙ୍କୁ ଅଟକ ରଖିଲା ପୋଲିସ appeared first on Dharitri Odia News.