Special Story: ଟ୍ରେନ ଉପରେ ରାଗ ଶୁଝାଇଲା ଯୁବକ, କାଚକୁ ବାଡ଼େଇ କଲା ଚୁରମାର...

ଟ୍ରେନ ଉପରେ ଶୁଝାଇଲା ରାଗ। କାଚକୁ ବାଡେଇ ଚୁରମାର କରିଦେଲା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । 

Special Story: ଟ୍ରେନ ଉପରେ ରାଗ ଶୁଝାଇଲା ଯୁବକ, କାଚକୁ ବାଡ଼େଇ କଲା ଚୁରମାର...

ପ୍ଲାଟଫର୍ମରେ ଆତଙ୍କ ଖେଳାଇଲା ଯୁବକ। ଟ୍ରେନ ଉପରେ ଶୁଝାଇଲା ରାଗ। କାଚକୁ ବାଡେଇ ଚୁରମାର କରିଦେଲା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଯୁବକଙ୍କ ମୁଣ୍ଡକୁ କି ପିତ୍ତ ଚଢିଲା କେଜାଣି ନିର୍ଜୀବ ଟ୍ରେନ ଉପରେ ରାଗ ସୁଝାଇଲେ। ଏକ ବିରାଟ ବାଉଁଶରେ ଟ୍ରେନର ଗୋଟିଏ ଗୋଟିଏ କାଚ ବାଡେଇ ଗୁଣ୍ଡ କରିଦେଲେ । 

ସୂଚନାନୁସାର ଏଭଳି ଘଟଣା ବିହାର ପାଟନା ଜଙ୍କସନର ଘଟିଛି । ସେଠାରେ ଛିଡା ହୋଇଥାଏ ପାଟନାରୁ ନୁଆଦିଲ୍ଲୀ ଯିବାକୁ ଥିବା ସମ୍ପୁର୍ଣ୍ଣକ୍ରାନ୍ତି ଏକ୍ସପ୍ରେସ । ଏହି ସମୟରେ ଏହି ଯୁବକ ଏକ ବିରାଟ ବାଉଁଶ ତଡା ଧରି ଟ୍ରେନ ଝରକା କାଚକୁ ଭାଙ୍ଗିବାକୁ ଲାଗିଥିଲା। କାଚ ସମ୍ପୁର୍ଣ୍ଣ ଭାଙ୍ଗିବା ଯାଏଁ ସେ ପ୍ରହାର ଜାରି ରଖିଥିଲେ। ଡରରେ କୌଣସି ବ୍ୟକ୍ତି ତାକୁ ରୋକିବାକୁ ଚେଷ୍ଟା କରିନଥିଲେ। ହେଲେ ଜଣେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଖୁବ ଭାଇରାଲ ହୋଇଥିଲା। ୟୁର୍ଜସ ମାନେ ଏଭଳି ଆଚରଣକୁ ନିନ୍ଦା କରିବା ସହ ଯୁବକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଭାରତୀୟ ରେଳକୁ ଉନ୍ନତିକରଣ କରିବା ପାଇଁ ସରକାର କେତେ ଚେଷ୍ଟା କରୁଛନ୍ତି। ପୁରୁଣା ବଗିକୁ ବଦଳାଇ ଅତ୍ୟାଧୁନିକ ଓ ଆରାମଦାୟକ ବଗି ଆସୁଛି, ବନ୍ଦେଭାରତ ଭଳି ଅତ୍ୟାଧୁନିକ ଟ୍ରେନ ଚାଲୁଛି। ସେଭଳି କ୍ଷେତ୍ରରେ ଭାରତୀୟ ରେଳର ଭବିଷ୍ୟତକୁ ପଛକୁ ଠେଲିଦେବା ଭଳି  ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ଆପଣ କ’ଣ କହିବେ ?

ଅନେକ ସମୟରେ ଏଭଳି କାଚ ଭାଙ୍ଗିବା ଓ ଟ୍ରେନ ଉପରେ ପଥର ମାଡ କରିବା ଖବର ସାମ୍ନାକୁ ଆସିଥାଏ। କିନ୍ତୁ ଏଭଳି କାଣ୍ଡ କରୁଥିବା ବ୍ୟକ୍ତି ଥରେ ଚିନ୍ତା ମଧ୍ୟ କରନ୍ତି ନାହିଁ ଏ ସରକାରୀ ସମ୍ପତ୍ତି କାହା ପଇସାରେ କିଣାଯାଉଛି। ଏବଂ ଏହାକୁ ଭାଙ୍ଗିବା ଦ୍ୱାରା ମରାମତି ପାଇଁ କାହା ପକେଟରୁ ଅର୍ଥ ଯିବ। କାରଣ ଯାହା ହେଲେବି ଏହା କୋଟି କୋଟି ଭାରତୀୟ ଟିକସଦାତାଙ୍କ କଷ୍ଟ ଅର୍ଜିତ ଧନର ବରବାଦୀ ନୁହେଁ କି ? ଉତ୍ତର ଆପଣଙ୍କର।