ଅଧାରେ ରହିଗଲା ସାବିତ୍ରୀ ବ୍ରତ, ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ
ସୋରଡ଼ା : ଅଧାରେ ରହିଗଲା ସାବିତ୍ରୀ ବ୍ରତ । ଓଷା ପାଳନ ପୂର୍ବରୁ ଚାଲିଗଲା ସ୍ବାମୀଙ୍କ ଜୀବନ। ସୋରଡ଼ା ଥାନା ଗାଙ୍ଗପୁର ଲାଠିପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବିରଞ୍ଚି ସ୍ବାଇଁଙ୍କ ଜୀବନ। ଶ୍ବଶୁର ଘରକୁ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ ବିରଞ୍ଚି। ମୁହାଁମୁହିଁ ଧକ୍କା ହୋଇଥିଲା ଦୁଇଟି ବାଇକ୍ । ଅନ୍ୟ ଚାରି ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । […] The post ଅଧାରେ ରହିଗଲା ସାବିତ୍ରୀ ବ୍ରତ, ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ appeared first on KNews Odisha.

ସୋରଡ଼ା : ଅଧାରେ ରହିଗଲା ସାବିତ୍ରୀ ବ୍ରତ । ଓଷା ପାଳନ ପୂର୍ବରୁ ଚାଲିଗଲା ସ୍ବାମୀଙ୍କ ଜୀବନ। ସୋରଡ଼ା ଥାନା ଗାଙ୍ଗପୁର ଲାଠିପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବିରଞ୍ଚି ସ୍ବାଇଁଙ୍କ ଜୀବନ। ଶ୍ବଶୁର ଘରକୁ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ ବିରଞ୍ଚି। ମୁହାଁମୁହିଁ ଧକ୍କା ହୋଇଥିଲା ଦୁଇଟି ବାଇକ୍ ।
ଅନ୍ୟ ଚାରି ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନି ଗୁରୁତର ଆହତଙ୍କ ଭଞ୍ଜନଗର ମେଡିକାଲରେ ଚିକିତ୍ସା ଜାରି ରହିଛି। ଏହି ଅଘଟଣ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
The post ଅଧାରେ ରହିଗଲା ସାବିତ୍ରୀ ବ୍ରତ, ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ appeared first on KNews Odisha.