ଅଧିକ ମାତ୍ରାରେ ସମ୍ବଲପୁରୀ ଶାଢୀ କିଣନ୍ତୁ, ମନ୍-କି-ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ ୨୮/୭: ମନ୍‌-କି-ବାତ୍‌ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରୀ ଶାଢୀ କଥା କହିଛନ୍ତି । ହସ୍ତତନ୍ତକୁ ପ୍ରଶଂସା କରିବା ସହ ଲୋକମାନେ ହସ୍ତତନ୍ତ ଶାଢୀ ଅଧିକ ମାତ୍ରାରେ କିଣନ୍ତୁ ଓ ବ୍ୟବହାର କରନ୍ତୁ ବୋଲି ଅପିଲ କରିଛନ୍ତି ମୋଦି । ଯାହାଦ୍ବାରା ହସ୍ତଶିଳ୍ପୀମାନେ ଲାଭବାନ ହେବେ ବୋଲି କହିଛନ୍ତି ମୋଦି ।  ହ୍ୟାଣ୍ଡଲୁମ ଶାଢୀ ଲୋକଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଦେଶରେ ହସ୍ତ କାରିଗରୀ ଶାଢୀର ଚାହିଦା ବଢୁଥିବାରୁ ସ୍ବଦେଶୀ ଉତ୍ପାଦନକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି । ଆସନ୍ତା ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ । 