ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ

ଓ୍ବାଶିଂଟନ,୨୮ା୧୨: ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ସମଗ୍ର ବିଶ୍ୱ ହାରାହାରି ଅଧିକ ୪୨ଟି ବିପଜ୍ଜନକ ଉତ୍ତପ୍ତ ଦିନର ଯନ୍ତ୍ରଣା ସହ୍ୟ କରିଛି। ୨୦୨୪ ବର୍ଷ ସାରା ବିଶ୍ୱର ପାଣିପାଗ ଅଧିକ ଖରାପ ହୋଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଓ୍ବାଲର୍‌ଡ ଓ୍ବେଦର ଆଟ୍ରିବ୍ୟୁଶନ ଆଣ୍ଡ କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ର ଗବେଷକମାନେ କରିଥିବା ବିଶ୍ଲେଷଣ ବର୍ଷ ଶେଷରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୨୪ ବର୍ଷ ସବୁଠୁ ଉତ୍ତପ୍ତ ହେବା ସହ ଅଧିକାଂଶ […] The post ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ appeared first on Dharitri Odia News.

ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ

ଓ୍ବାଶିଂଟନ,୨୮ା୧୨: ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ସମଗ୍ର ବିଶ୍ୱ ହାରାହାରି ଅଧିକ ୪୨ଟି ବିପଜ୍ଜନକ ଉତ୍ତପ୍ତ ଦିନର ଯନ୍ତ୍ରଣା ସହ୍ୟ କରିଛି। ୨୦୨୪ ବର୍ଷ ସାରା ବିଶ୍ୱର ପାଣିପାଗ ଅଧିକ ଖରାପ ହୋଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଓ୍ବାଲର୍‌ଡ ଓ୍ବେଦର ଆଟ୍ରିବ୍ୟୁଶନ ଆଣ୍ଡ କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ର ଗବେଷକମାନେ କରିଥିବା ବିଶ୍ଲେଷଣ ବର୍ଷ ଶେଷରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୨୪ ବର୍ଷ ସବୁଠୁ ଉତ୍ତପ୍ତ ହେବା ସହ ଅଧିକାଂଶ ପାଣିପାଗ ଘାତକ ହୋଇଥିଲା। ଏହା ବିନାଶକାରୀ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ନୁହେଁ। ଗ୍ରୀଷ୍ମ ଲହର, ମରୁଡ଼ି, ବାତ୍ୟା, ପ୍ରବଳ ବର୍ଷା ଭଳି ଭୀଷଣ ପାଗ ସାରା ବିଶ୍ୱରେ ବଢ଼ିଚାଲିଛି। ଏଥିରେ ଜଳବାୟୁ ପରିବର୍ତ୍ତନର ବଡ଼ ଭୂମିକା ରହିଛି। ଭୀଷଣ ପାଗ ଯୋଗୁ ଅଗଣିତ ଲୋକଙ୍କ ଜୀବନ ଯିବା ସହ ଜୀବିକା ନଷ୍ଟ ହୋଇଛି ବୋଲି ଓ୍ବାଲର୍‌ଡ ଓ୍ବେଦର ଆଟ୍ରିବ୍ୟୁଶନ୍‌ ମୁଖ୍ୟ ତଥା ଇମ୍ପେରିଆଲ କଲେଜ ଜଳବାୟୁ ବୈଜ୍ଞାନିକ କହିଛନ୍ତି। ଉତ୍ତାପ ବୃଦ୍ଧି ଯୋଗୁ ଉତ୍ତର କାଲିଫର୍ନିଆ ଏବଂ ଡେତ୍‌ ଭ୍ୟାଲି ତତଲା ତାଓ୍ବାରେ ଭାଜି ହେଲାଭଳି ସ୍ଥିତି ଉପୁଜିଥିଲା। ମେକ୍ସିକୋ ଏବଂ କେନ୍ଦ୍ରୀୟ ଆମେରିକାରେ ଦିନବେଳା ତାପମାତ୍ରା ଅସହ୍ୟ ହୋଇଥିଲା। ପଶ୍ଚିମ ଆଫ୍ରିକାରେ ଦୟନୀୟ ସ୍ଥିତିରେ ରହୁଥିବା ପିଲାମାନଙ୍କ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବିପଜ୍ଜନକ ହୋଇଥିଲା। ଦକ୍ଷିଣ ୟୁରୋପୀୟ ଦେଶଗୁଡ଼ିକରେ ତାପମାତ୍ରା ବହୁତ ବଢ଼ିଯାଇଥିବାବେଳେ ଆକ୍ରୋପୋଲିଗୁଡ଼ିକୁ ବନ୍ଦ କରିବାକୁ ଗ୍ରୀସ୍‌ ବାଧ୍ୟ ହୋଇଥିଲା। ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁ ସ୍କୁଲ୍‌ଗୁଡ଼ିକ ବନ୍ଦ ହୋଇଯାଇଥିଲା।

The post ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ appeared first on Dharitri Odia News.