ଅଧିନାୟକ ପଦ ଛାଡିବେ କି କେ.ଏଲ୍ ରାହୁଲ୍ ? ଏମିତି କହିଲେ ଟିମ୍ର ବଡ ଅଧିକାରୀ
ନୂଆଦିଲ୍ଲୀ ୧୦/୦୫: ୨୦୨୪ ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଫର୍ମ ସେତେଟା ଭଲ ନାହିଁ । ସିଜନରେ ଟିମ୍ର ପରଫରମାନ୍ସ ପୁରା ଲୋ ରହିଛି । ତେବେ ମ୍ୟାଚ୍ରେ ବାରମ୍ୱାର ପରାଜୟ ପରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱ ଉପରେ କ୍ରମାଗତ ଭାବେ ଉଠିଛି ପ୍ରଶ୍ନ । କିଛି ରିପୋର୍ଟରେ କୁହାଯାଇଛି ଯେ ଏହି ଲଜ୍ଜାଜନକ ପରାଜୟ ପରେ କେ.ଏଲ୍ ରାହୁଲ ଅଧିନାୟକ ପଦରୁ ଇସ୍ତଫା ଦେବେ । ଅବଶିଷ୍ଟ ମ୍ୟାଚ୍ ପାଇଁ ନିକୋଲାସ୍ ପୁରାନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ । କିନ୍ତୁ ବର୍ତ୍ତମାନ ଲକ୍ଷ୍ନୌ ଦଳ ପରିଚାଳନାର ଜଣେ ବରିଷ୍ଠ ଅଧିକାରୀ ଏହି ସବୁ ରିପୋର୍ଟକୁ ଭୁଲ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ଅଧିନାୟକଙ୍କୁ ହଟାଇବା ବିଷୟରେ ଆମେ ଆଦୌ ଚିନ୍ତା କରୁନାହୁଁ । ପ୍ଲେ ଅଫ୍ରେ ପହଞ୍ଚିବାର ଆମର ଏକ ସୁଯୋଗ ଅଛି, ଆମେ ତାହା ଉପରେ ଧ୍ୟାନ ଦେଉଛୁ । ଅଧିକାରୀ କହିଛନ୍ତି 'ଆମେ କାହିଁକି ଆମର ଅଧିନାୟକଙ୍କୁ ଇସ୍ତଫା ଦେବାକୁ କହିବୁ ଏବଂ ଏହା କରିବାର ଆବଶ୍ୟକତା କ’ଣ ? ଆମେ ଆମର ପରବର୍ତ୍ତୀ ମ୍ୟାଚ୍ ବିଷୟରେ ଚିନ୍ତା କରୁଛୁ । ଅଧିନାୟକତ୍ୱରେ ପରିବର୍ତ୍ତନ ହେବାର କୌଣସି ପ୍ରଶ୍ନ ନାହିଁ । ତେବେ ଆମେ ଏ ବିଷୟରେ କାହିଁକି ଚିନ୍ତା କରିବା ଉଚିତ୍? ଆମ ପାଖରେ ତଥାପି ଏକ ସୁଯୋଗ ଅଛି (ପ୍ଲେ ଅଫ୍ ପାଇଁ) କାରଣ ଆମେ ଷଷ୍ଠ ସ୍ଥାନରେ ଅଛୁ । ପ୍ରତ୍ୟେକ ଦଳର ଖରାପ ଦିନ ଅଛି କିମ୍ବା ଅଧିନାୟକ ଖରାପ ହୋଇପାରେ । ଏହାର ଅର୍ଥ ନୁ
ନୂଆଦିଲ୍ଲୀ ୧୦/୦୫: ୨୦୨୪ ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଫର୍ମ ସେତେଟା ଭଲ ନାହିଁ । ସିଜନରେ ଟିମ୍ର ପରଫରମାନ୍ସ ପୁରା ଲୋ ରହିଛି । ତେବେ ମ୍ୟାଚ୍ରେ ବାରମ୍ୱାର ପରାଜୟ ପରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱ ଉପରେ କ୍ରମାଗତ ଭାବେ ଉଠିଛି ପ୍ରଶ୍ନ ।
କିଛି ରିପୋର୍ଟରେ କୁହାଯାଇଛି ଯେ ଏହି ଲଜ୍ଜାଜନକ ପରାଜୟ ପରେ କେ.ଏଲ୍ ରାହୁଲ ଅଧିନାୟକ ପଦରୁ ଇସ୍ତଫା ଦେବେ । ଅବଶିଷ୍ଟ ମ୍ୟାଚ୍ ପାଇଁ ନିକୋଲାସ୍ ପୁରାନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ । କିନ୍ତୁ ବର୍ତ୍ତମାନ ଲକ୍ଷ୍ନୌ ଦଳ ପରିଚାଳନାର ଜଣେ ବରିଷ୍ଠ ଅଧିକାରୀ ଏହି ସବୁ ରିପୋର୍ଟକୁ ଭୁଲ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ଅଧିନାୟକଙ୍କୁ ହଟାଇବା ବିଷୟରେ ଆମେ ଆଦୌ ଚିନ୍ତା କରୁନାହୁଁ ।
ପ୍ଲେ ଅଫ୍ରେ ପହଞ୍ଚିବାର ଆମର ଏକ ସୁଯୋଗ ଅଛି, ଆମେ ତାହା ଉପରେ ଧ୍ୟାନ ଦେଉଛୁ । ଅଧିକାରୀ କହିଛନ୍ତି 'ଆମେ କାହିଁକି ଆମର ଅଧିନାୟକଙ୍କୁ ଇସ୍ତଫା ଦେବାକୁ କହିବୁ ଏବଂ ଏହା କରିବାର ଆବଶ୍ୟକତା କ’ଣ ? ଆମେ ଆମର ପରବର୍ତ୍ତୀ ମ୍ୟାଚ୍ ବିଷୟରେ ଚିନ୍ତା କରୁଛୁ ।
ଅଧିନାୟକତ୍ୱରେ ପରିବର୍ତ୍ତନ ହେବାର କୌଣସି ପ୍ରଶ୍ନ ନାହିଁ । ତେବେ ଆମେ ଏ ବିଷୟରେ କାହିଁକି ଚିନ୍ତା କରିବା ଉଚିତ୍? ଆମ ପାଖରେ ତଥାପି ଏକ ସୁଯୋଗ ଅଛି (ପ୍ଲେ ଅଫ୍ ପାଇଁ) କାରଣ ଆମେ ଷଷ୍ଠ ସ୍ଥାନରେ ଅଛୁ । ପ୍ରତ୍ୟେକ ଦଳର ଖରାପ ଦିନ ଅଛି କିମ୍ବା ଅଧିନାୟକ ଖରାପ ହୋଇପାରେ । ଏହାର ଅର୍ଥ ନୁହେଁ ଯେ ନିଜେ ନେତୃତ୍ୱରେ ଏକ ପରିବର୍ତ୍ତନ ହେବା ଉଚିତ୍ ।
ସୂଚନା ଥାଉକି, ଗତ ବୁଧବାର ମ୍ୟାଚ୍ରେ ଲକ୍ଷ୍ନୌର ଲଜ୍ଜାଜନକ ପରାଜୟ ପରେ ରାହୁଲଙ୍କ କ୍ୟାପଟେନକୁ ନେଇ ବିବାଦ ଦେଖାଦେଇଥିଲା । ଏମିତିକି ଟିମ୍ ମାଲିକ ଗୋଏଙ୍କା ଓ ରାହୁଲ୍ଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଅର୍ଥାତ୍ କ୍ୟାପଟେନ୍ ରାହୁଲ୍ଙ୍କୁ ରାଗି କିଛି କହୁଥିବାର ନଜର ଆସିଥିଲେ ଗୋଏଙ୍କା । ଯାହା ପରେ ଚର୍ଚ୍ଚା ଜୋର୍ ଧରିଥିଲା ।