ଶରୀର ପାଇଁ ବେଶ୍‌ ଲାଭଦାୟକ ମୂଳାପତ୍ର, ଜାଣନ୍ତୁ ଏହାର ଉପକାରିତା…

ନୂଆଦିଲ୍ଲୀ ୧୮।୧୨: ଶୀତ ଦିନେ ବଜାରରେ ରାଜ କରିଥାଏ ମୂଳା । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ମୂଳା ସହ ମୂଳା ପତ୍ର ମଧ୍ୟ ଶରୀର ପାଇଁ ହିତକର । ଏଥିରେ ଥିବା ପୋଷଣ ତତ୍ତ୍ବ ଅନେକ ରୋଗରୁ ରକ୍ଷା କରିଥାଏ । ମୂଳା ପତ୍ରରେ ଭିଟାମିନ ଏ, ବି, ସି ସହିତ କ୍ୟାଲସିୟମ, ଆଇରନ, ମ୍ୟାଗ୍ନିସିୟମ, ଜିଙ୍କ, ପୋଟାସିୟମ, ଫସଫରସ ଭଳି ମିନେରାଲ ରହିଛି ଯାହା ଆମର ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଲାଭାଦୟକ ହୋଇଥାଏ ।ମୂଳାରେ ଫାଇବର ଭରପୂର ମାତ୍ରାରେ ମିଳିଥାଏ । ଏହା ହଜମ ପ୍ରକ୍ରିୟାକୁ ସୁଦୃଢ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାବ୍ୟତୀତ ମଧୁମେହକୁ ନିୟନ୍ତ୍ରଣ କରିବାରେ ମୂଳା ପତ୍ର ବେଶ୍ ଉପକାରୀ । ମୂଳା ପତ୍ର ଇନସୁଲିନ ସ୍ତରକୁ ସନ୍ତୁଳିତ କରିଥାଏ ଏବଂ ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ମୂଳା ପତ୍ରରେ କ୍ୟାଲସିୟମ ଓ ଅନ୍ୟ ଖଣିଜ ସାର ରହିଥାଏ । ଏହା ହାଡକୁ ସୁସ୍ଥ ଓ ମଜଭୁତ ରଖିବାରେ ସହାୟକ ହୋଇଥାଏ । ବର୍ତ୍ତମାନର ସବୁଠାରୁ ଅଧିକ ଚିନ୍ତାଜନକ ହେଉଛି ଓଜନ ବୃଦ୍ଧି । ଏହାକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ମୁଳାପତ୍ର । ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଏହା ପେଟକୁ ପୂର୍ଣ୍ଣ କରି ରଖିଥାଏ ଓ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । 

ଶରୀର ପାଇଁ ବେଶ୍‌ ଲାଭଦାୟକ ମୂଳାପତ୍ର, ଜାଣନ୍ତୁ ଏହାର ଉପକାରିତା…

ନୂଆଦିଲ୍ଲୀ ୧୮।୧୨: ଶୀତ ଦିନେ ବଜାରରେ ରାଜ କରିଥାଏ ମୂଳା । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ମୂଳା ସହ ମୂଳା ପତ୍ର ମଧ୍ୟ ଶରୀର ପାଇଁ ହିତକର । ଏଥିରେ ଥିବା ପୋଷଣ ତତ୍ତ୍ବ ଅନେକ ରୋଗରୁ ରକ୍ଷା କରିଥାଏ । 

ମୂଳା ପତ୍ରରେ ଭିଟାମିନ ଏ, ବି, ସି ସହିତ କ୍ୟାଲସିୟମ, ଆଇରନ, ମ୍ୟାଗ୍ନିସିୟମ, ଜିଙ୍କ, ପୋଟାସିୟମ, ଫସଫରସ ଭଳି ମିନେରାଲ ରହିଛି ଯାହା ଆମର ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଲାଭାଦୟକ ହୋଇଥାଏ ।

ମୂଳାରେ ଫାଇବର ଭରପୂର ମାତ୍ରାରେ ମିଳିଥାଏ । ଏହା ହଜମ ପ୍ରକ୍ରିୟାକୁ ସୁଦୃଢ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାବ୍ୟତୀତ ମଧୁମେହକୁ ନିୟନ୍ତ୍ରଣ କରିବାରେ ମୂଳା ପତ୍ର ବେଶ୍ ଉପକାରୀ । ମୂଳା ପତ୍ର ଇନସୁଲିନ ସ୍ତରକୁ ସନ୍ତୁଳିତ କରିଥାଏ ଏବଂ ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । 

ମୂଳା ପତ୍ରରେ କ୍ୟାଲସିୟମ ଓ ଅନ୍ୟ ଖଣିଜ ସାର ରହିଥାଏ । ଏହା ହାଡକୁ ସୁସ୍ଥ ଓ ମଜଭୁତ ରଖିବାରେ ସହାୟକ ହୋଇଥାଏ । 

ବର୍ତ୍ତମାନର ସବୁଠାରୁ ଅଧିକ ଚିନ୍ତାଜନକ ହେଉଛି ଓଜନ ବୃଦ୍ଧି । ଏହାକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ମୁଳାପତ୍ର । ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଏହା ପେଟକୁ ପୂର୍ଣ୍ଣ କରି ରଖିଥାଏ ଓ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।