ଅଧୁରା ରହିଲା ରାଜା-ରାଣୀଙ୍କ ପ୍ରେମ କାହାଣୀ, କଳରାପତରିଆ ରାଣୀ ବାଘର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାରେ ରାଜା-ରାଣୀଙ୍କ ପ୍ରେମ କାହାଣୀ ଅଧୁରା ରହିଗଲା। ଚିଡିଆଖାନାରେ ଥିବା କଲରାପତରିଆ ରାଣୀ ବାଘର ମୃତୁ୍ୟ ହୋଇଛି। ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଛି ରାଣୀ। ଗତ ବର୍ଷେ ପୂବରୁ ନୂଆପଡାରୁ ମଣିଷ ଖିଆ କଲରାପତରିଆ ବାଘ ରାଜାକୁ ସମ୍ବଲପୁର ଚିଡିଆଖାନାକୁ ଅଣାଯାଇଥିଲା। ଏହାପରେ ନଭେମ୍ବର ମାସରେ ତାକୁ ରାଣୀ ସହିତ ମିଳାମିଶା ପାଇଁ ଛାଡିଥିଲେ। ଦୁହେଁ ଭେଟ ହେବା ପରେ ସଙ୍ଗେ ସଙ୍ଗେ ମିଟିଙ୍ଗ ମଧ୍ୟ ଚାଲିଥିଲା। ଚିଡିଆଖାନାରେ ଆଉ ବାଘ […]

ଅଧୁରା ରହିଲା ରାଜା-ରାଣୀଙ୍କ ପ୍ରେମ କାହାଣୀ, କଳରାପତରିଆ ରାଣୀ ବାଘର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାରେ ରାଜା-ରାଣୀଙ୍କ ପ୍ରେମ କାହାଣୀ ଅଧୁରା ରହିଗଲା। ଚିଡିଆଖାନାରେ ଥିବା କଲରାପତରିଆ ରାଣୀ ବାଘର ମୃତୁ୍ୟ ହୋଇଛି। ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଛି ରାଣୀ।

ଗତ ବର୍ଷେ ପୂବରୁ ନୂଆପଡାରୁ ମଣିଷ ଖିଆ କଲରାପତରିଆ ବାଘ ରାଜାକୁ ସମ୍ବଲପୁର ଚିଡିଆଖାନାକୁ ଅଣାଯାଇଥିଲା। ଏହାପରେ ନଭେମ୍ବର ମାସରେ ତାକୁ ରାଣୀ ସହିତ ମିଳାମିଶା ପାଇଁ ଛାଡିଥିଲେ। ଦୁହେଁ ଭେଟ ହେବା ପରେ ସଙ୍ଗେ ସଙ୍ଗେ ମିଟିଙ୍ଗ ମଧ୍ୟ ଚାଲିଥିଲା।

ଚିଡିଆଖାନାରେ ଆଉ ବାଘ ଶାବକ ଜନ୍ମ ହେବା ନେଇ ଆଶା ମଧ୍ୟ ରହିଥିଲା। ଏଥିପାଇଁ ମାସକ ପରେ ଗର୍ଭ ପରୀକ୍ଷା କରାଯିବାର ଥିଲା। ହେଲେ ଗତ ୩ତାରିଖ ସନ୍ଧ୍ୟାରେ କଲରାପତରିଆ ରାଣୀ ବାଘର ଗୁପ୍ତାଙ୍ଗରୁ ପାଣି ବାହାରିବାରି ପରୀକ୍ଷା କରାଇଥିଲା।

ପ୍ରାଥମିକ ପରୀକ୍ଷାରୁ ଗର୍ଭାଶୟ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଚିକିତ୍ସା ଆରମ୍ଭ ହେବା ସହ ଗତକାଲି ରାତି ୯ଟାରେ ତାରା ମୃତୁ୍ୟ ହୋଇଛି। ଆଜି ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅଂଶୁପ୍ରଜ୍ଞା ଦାଶ।