୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି – ସମବାୟ ମନ୍ତ୍ରୀ

ଭୁବନେଶ୍ବର : FCIକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି । ଏ ପରିସ୍ଥିତିରେ ଧାନ ଓ ଗହମ ପାଇଁ ଷ୍ଟୋରେଜ ସମସ୍ୟା ଦେଖାଯାଇପାରେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । ସେ କହିଛନ୍ତି, ମିଲର ମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ । ରାଜ୍ୟ […]

୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି – ସମବାୟ ମନ୍ତ୍ରୀ
୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି - ସମବାୟ ମନ୍ତ୍ରୀ

ଭୁବନେଶ୍ବର : FCIକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି । ଏ ପରିସ୍ଥିତିରେ ଧାନ ଓ ଗହମ ପାଇଁ ଷ୍ଟୋରେଜ ସମସ୍ୟା ଦେଖାଯାଇପାରେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । ସେ କହିଛନ୍ତି, ମିଲର ମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ । ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଚାଉଳ ଅଛି, ତାକୁ ବିକ୍ରି କର । ଗହମ ଓ ଚାଉଳ ଗୋଦାମରେ ଅଛି । ଆବଶ୍ୟକ ପଡିଲେ, ବଜାରରେ ବିକ୍ରି କରାଯିବ । ଚାଉଳ ବିକ୍ରି ହେବ ଓ ଗହମ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ବର୍ଷା ଯୋଗୁଁ ଧାନ ନଷ୍ଟ ହୋଇଥିଲେ ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ I ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍। ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି।