ବିହାରରେ ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ
ପାଟନା: ବିହାରରେ ଝଡ଼ତୋଫାନ ଏବଂ ବଜ୍ରପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ କୃଷକ ଏବଂ ଶ୍ରମିକ ଅଛନ୍ତି। ସେମାନେ ଏକ ଖୋଲା ପଡ଼ିଆରେ କାମ କରୁଥିବାବେଳେ ବଜ୍ରପାତ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ନାଳନ୍ଦାରେ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୈଶାଳୀରେ ୪ ଏବଂ ବାଙ୍କା ଓ ପାଟନାରେ ୨ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାବାଦ ଶିଖପୁରା, ନାୱଡ଼ା, ଜେହାନାବାଦ, ଔରଙ୍ଗାବାଦ, ଜାମୁଇ ଏବଂ ସମସ୍ତିପୁର ଜିଲ୍ଲାରେ […]

ପାଟନା: ବିହାରରେ ଝଡ଼ତୋଫାନ ଏବଂ ବଜ୍ରପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ କୃଷକ ଏବଂ ଶ୍ରମିକ ଅଛନ୍ତି। ସେମାନେ ଏକ ଖୋଲା ପଡ଼ିଆରେ କାମ କରୁଥିବାବେଳେ ବଜ୍ରପାତ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ନାଳନ୍ଦାରେ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୈଶାଳୀରେ ୪ ଏବଂ ବାଙ୍କା ଓ ପାଟନାରେ ୨ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହାବାଦ ଶିଖପୁରା, ନାୱଡ଼ା, ଜେହାନାବାଦ, ଔରଙ୍ଗାବାଦ, ଜାମୁଇ ଏବଂ ସମସ୍ତିପୁର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।