ଅନନ୍ତ କୋଇଲା ଖଣିକୁ ୫-ଷ୍ଟାର୍ ରେଟିଂ
ତାଳଚେର,୨୧ା୧୨ (ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ (ଏମ୍ସିଏଲ୍)ର ଅନନ୍ତ ଓପନ କାଷ୍ଟ ପ୍ରୋଜେକ୍ଟ (ଓସିପି) କୋଇଲା ଖଣି ୨୦୨୧-୨୨ ବର୍ଷରେ ଏହାର ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏକ ସ୍ବୀକୃତି ଭାବରେ ଭାରତ ସରକାରଙ୍କ ଠାରୁ ୫ ତାରକା ମାନ୍ୟତା ପୁରସ୍କାର ପାଇଛି। ବୁଧବାର ସାରେ ଅନୁଷ୍ଠିତ ଷ୍ଟାର ରେଟିଂ ପୁରସ୍କାର ବିତରଣ ସମାରୋହରେ ଏମ୍ସିଏଲ୍ ପକ୍ଷରୁ ଏ. କେ. ବାପତ, ନିର୍ଦ୍ଦେଶକ (ବୈଷୟିକ / ପ୍ରକଳ୍ପ ଏବଂ […] The post ଅନନ୍ତ କୋଇଲା ଖଣିକୁ ୫-ଷ୍ଟାର୍ ରେଟିଂ appeared first on Dharitri Odia News.
ତାଳଚେର,୨୧ା୧୨ (ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ (ଏମ୍ସିଏଲ୍)ର ଅନନ୍ତ ଓପନ କାଷ୍ଟ ପ୍ରୋଜେକ୍ଟ (ଓସିପି) କୋଇଲା ଖଣି ୨୦୨୧-୨୨ ବର୍ଷରେ ଏହାର ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏକ ସ୍ବୀକୃତି ଭାବରେ ଭାରତ ସରକାରଙ୍କ ଠାରୁ ୫ ତାରକା ମାନ୍ୟତା ପୁରସ୍କାର ପାଇଛି। ବୁଧବାର ସାରେ ଅନୁଷ୍ଠିତ ଷ୍ଟାର ରେଟିଂ ପୁରସ୍କାର ବିତରଣ ସମାରୋହରେ ଏମ୍ସିଏଲ୍ ପକ୍ଷରୁ ଏ. କେ. ବାପତ, ନିର୍ଦ୍ଦେଶକ (ବୈଷୟିକ / ପ୍ରକଳ୍ପ ଏବଂ ଯୋଜନା) ଉପସ୍ଥିତ ରହି କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ସଚିବ ଅମୃତ ଲାଲ ମୀନା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପ୍ରତ୍ୟେକ ଖଣିର ସଫଳତାକୁ ସାମଗ୍ରିକ ଭାବେ ମୂଲ୍ୟାଙ୍କନ କରି ଷ୍ଟାର ରେଟିଂକୁ ଭାରତ ସରକାର ୧ ରୁ ୫ ପର୍ଯ୍ୟନ୍ତ ସ୍କେଲରେ ପୁରସ୍କୃତ କରିଥାନ୍ତି।
The post ଅନନ୍ତ କୋଇଲା ଖଣିକୁ ୫-ଷ୍ଟାର୍ ରେଟିଂ appeared first on Dharitri Odia News.