ଅନଶନ ଭାଙ୍ଗିଲେ ଆତୀଶି
ନୂଆଦିଲ୍ଲୀ : ଦିଲ୍ଲୀ ଜଳ ସଙ୍କଟକୁ ନେଇ ଆମରଣ ଅନଶନରେ ବସିଥିବା ଆପ୍ଶ ମନ୍ତ୍ରୀ ଆତୀଶିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସେ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆତିଶୀ ହସ୍ପିଟାଲରେ ଭର୍ତ୍ତି ହେବାପରେ ନିଜ ଅନଶନ ଭାଙ୍ଗିଛନ୍ତି। ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଆଜି ଏନେଇ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଲାଗି ରହିଥିବା ଜଳ ସଙ୍କଟକୁ ନେଇ ଗତ ୫ ଦିନ ହେଲା ଆମରଣ ଅନଶନ ଜାରି ରଖିଥିଲେ ଜଳ ମନ୍ତ୍ରୀ ଆତୀଶି। […]

ନୂଆଦିଲ୍ଲୀ : ଦିଲ୍ଲୀ ଜଳ ସଙ୍କଟକୁ ନେଇ ଆମରଣ ଅନଶନରେ ବସିଥିବା ଆପ୍ଶ ମନ୍ତ୍ରୀ ଆତୀଶିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ସେ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆତିଶୀ ହସ୍ପିଟାଲରେ ଭର୍ତ୍ତି ହେବାପରେ ନିଜ ଅନଶନ ଭାଙ୍ଗିଛନ୍ତି। ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଆଜି ଏନେଇ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଲାଗି ରହିଥିବା ଜଳ ସଙ୍କଟକୁ ନେଇ ଗତ ୫ ଦିନ ହେଲା ଆମରଣ ଅନଶନ ଜାରି ରଖିଥିଲେ ଜଳ ମନ୍ତ୍ରୀ ଆତୀଶି। ମଙ୍ଗଳବାର ହଠାତ୍ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅତିଶୀଙ୍କ ଦାବି ଅନୁଯାୟୀ ହରିୟାଣା ଦିଲ୍ଲୀକୁ ଜଳ ଯୋଗାଣ କରିବା ନେଇ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନନେବା ପର୍ଯ୍ୟନ୍ତ ସେ ଆମରଣ ଅନଶନରେ ବସିବେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଯିବାପରେ ସେ ଅନଶନ ଭାଙ୍ଗି ଦେଇଛନ୍ତି।