ଅନାସ୍ଥା ପରେ ପଦ ହରାଇଲେ ବ୍ୟାସନଗର ପୌରାଧ୍ୟକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି

ଯାଜପୁର ରୋଡ୍ ୨୪।୪: ଅନାସ୍ଥା ପରେ ଏବେ ପଦ ହରାଇଲେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୮୭୧୨/୨୩.୦୪.୨୦୨୫ ଆଧାରରେ ଗତ ୦୨.୦୪.୨୦୨୫ ରେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଆଧାରରେ ସଙ୍ଗୀତାଙ୍କୁ ଏଣିକି ନିଜ ପଦ ହରାଇବା ସହ ପୌରାଧ୍ୟକ୍ଷା ଭାବରେ ସମସ୍ତ ଦାୟିତ୍ବରୁ ମୁକ୍ତ କରାଯାଇଛି । ଓଡ଼ିଶା ପୌର ଆଇନ ୧୯୫୦ ଧାରା ୨୩ ଅନୁସାରେ ରାଜ୍ୟ ସରକାର ସଙ୍ଗୀତାଙ୍କ ବିରୋଧରେ ଆସିଥିବା ଦୁଇ ତୃତୀୟାଂଶ ପାରିଷଦଙ୍କ ଅନାସ୍ଥା ସପକ୍ଷରେ ମତକୁ ବିଚାର କରି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନରେ ସଙ୍ଗୀତା ପିଙ୍ଗୁଆ ବିଜୟୀ ହୋଇଥିଲେ । ପରେ ପାରିଷଦଙ୍କୁ ବିଶ୍ବାସକୁ ନନେବା ଓ ସମ୍ମାନ ନଦେବା, ମନଇଚ୍ଛା କାର୍ଯ୍ୟ କରିବା, ଏପରିକି ସହରର ବିକାଶ ପ୍ରତି ସଙ୍ଗୀତା ପ୍ରାଧାନ୍ୟ ନଦେବା ଯୋଗୁଁ ତାଙ୍କ ବିରୋଧରେ ସମସ୍ତେ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଶେଷରେ ଗତ ଏପ୍ରିଲ ୨ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅନାସ୍ଥା ଏପରେ ଭୋଟିଂ ହୋଇଥିଲା । ମୋଟ୍ ୨୬ ଜଣ ପାରିଷଦଙ୍କ ମଧ୍ୟରୁ ୨୦ ଜଣ ଅନାସ୍ଥା ସପକ୍ଷରେ ମତ

ଅନାସ୍ଥା ପରେ ପଦ ହରାଇଲେ ବ୍ୟାସନଗର ପୌରାଧ୍ୟକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି

ଯାଜପୁର ରୋଡ୍ ଅନାସ୍ଥା ପରେ ଏବେ ପଦ ହରାଇଲେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୮୭୧୨/୨୩.୦୪.୨୦୨୫ ଆଧାରରେ ଗତ ୦୨.୦୪.୨୦୨୫ ରେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଆଧାରରେ ସଙ୍ଗୀତାଙ୍କୁ ଏଣିକି ନିଜ ପଦ ହରାଇବା ସହ ପୌରାଧ୍ୟକ୍ଷା ଭାବରେ ସମସ୍ତ ଦାୟିତ୍ବରୁ ମୁକ୍ତ କରାଯାଇଛି । ଓଡ଼ିଶା ପୌର ଆଇନ ୧୯୫୦ ଧାରା ୨୩ ଅନୁସାରେ ରାଜ୍ୟ ସରକାର ସଙ୍ଗୀତାଙ୍କ ବିରୋଧରେ ଆସିଥିବା ଦୁଇ ତୃତୀୟାଂଶ ପାରିଷଦଙ୍କ ଅନାସ୍ଥା ସପକ୍ଷରେ ମତକୁ ବିଚାର କରି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । 

ସୂଚନା ଅନୁଯାୟୀ, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନରେ ସଙ୍ଗୀତା ପିଙ୍ଗୁଆ ବିଜୟୀ ହୋଇଥିଲେ । ପରେ ପାରିଷଦଙ୍କୁ ବିଶ୍ବାସକୁ ନନେବା ଓ ସମ୍ମାନ ନଦେବା, ମନଇଚ୍ଛା କାର୍ଯ୍ୟ କରିବା, ଏପରିକି ସହରର ବିକାଶ ପ୍ରତି ସଙ୍ଗୀତା ପ୍ରାଧାନ୍ୟ ନଦେବା ଯୋଗୁଁ ତାଙ୍କ ବିରୋଧରେ ସମସ୍ତେ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଶେଷରେ ଗତ ଏପ୍ରିଲ ୨ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅନାସ୍ଥା ଏପରେ ଭୋଟିଂ ହୋଇଥିଲା । ମୋଟ୍ ୨୬ ଜଣ ପାରିଷଦଙ୍କ ମଧ୍ୟରୁ ୨୦ ଜଣ ଅନାସ୍ଥା ସପକ୍ଷରେ ମତ ଦେଇଥିବା ବେଳେ ୬ ଜଣ ଅନୁପସ୍ଥିତ ରହିଥିଲେ । ତେବେ ଏହି ଅନାସ୍ଥା ଭୋଟର ଚୂଡାନ୍ତ ତଥ୍ୟ ଆଧାରରେ ନଗର ଉନ୍ନୟନ ବିଭାଗ ତା ୦୨.୦୪.୨୦୨୫ ରିଖ ଠାରୁ ପିଙ୍ଗୁଆଙ୍କୁ ପୌରାଧ୍ୟକ୍ଷା ପଦବୀରୁ ନିବୃତ ରହିବା ସହ ସମସ୍ତ ଦାୟିତ୍ଵରୁ ମୁକ୍ତ କରାଗଲା ବୋଲି ଏହି ଚିଠିରେ ସ୍ପଷ୍ଟ କରିଛନ୍ତି ।

You Can Read:

ରଙ୍ଗ୍ ରୁଟ୍‌ରେ ଆସି ବାଇକ୍‌କୁ ଧକ୍କା ଦେଇ ୨୦୦ମିଟର ଘୋଷାଡି ନେଲା ଟ୍ରେଲର