ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ
ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ମୁତାବକ, ଏକ କେବୁଲ ବୋଝେଇ ଟ୍ରକ୍ ଯୋଗେ ଅନୁଗୋଳରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ସୁନ୍ଦରଗଡ଼ ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି […] The post ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ appeared first on Dharitri Odia News.
ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ଏକ କେବୁଲ ବୋଝେଇ ଟ୍ରକ୍ ଯୋଗେ ଅନୁଗୋଳରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ସୁନ୍ଦରଗଡ଼ ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ଟ୍ରକ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଧିକାରୀମାନେ ଟ୍ରକରୁ ୨୭ ବସ୍ତା ଗଞ୍ଜେଇ ଜବତ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଯଣାର ଅଧିକ ତଦନ୍ତ ଚଳାଇଛି।
The post ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ appeared first on Dharitri Odia News.