ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ କରିବା ଉଚିତ। କିନ୍ତୁ ସକାଳ ଓ ସାରେ ଖାଲିପେଟରେ ରସୁଣ ଖାଇବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ରସୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପରୁ ଆରାମ ମିଳିଥାଏ। କାରଣ ରସୁଣ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ରୋଗୀ ଏହାର ସେବନ କରିବା […] The post ଅନେକ ରୋଗର ମହୋଷଧି ରସୁଣ appeared first on Dharitri Odia News.

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ କରିବା ଉଚିତ। କିନ୍ତୁ ସକାଳ ଓ ସାରେ ଖାଲିପେଟରେ ରସୁଣ ଖାଇବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ରସୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପରୁ ଆରାମ ମିଳିଥାଏ। କାରଣ ରସୁଣ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ରୋଗୀ ଏହାର ସେବନ କରିବା ଉଚିତ। କେବଳ ସେତିକି ନୁହେଁ, ପେଟ ସହ ସମ୍ବନ୍ଧିତ ଯେକୌଣସି ସସସ୍ୟା ଥିଲେ ରସୁଣ ସେବନ ଦ୍ୱାରା ସେଥିରୁ ଉପଶମ ମିଳିଥାଏ। ଉଷୁମ ପାଣିରେ ରସୁଣ କୋଲାକୁ ପକାଇ ଏହି ପାଣିକୁ ଖାଲିପେଟରେ ପିଇଲେ ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସମସ୍ୟାର ସମାଧାନ ହୋଇଥାଏ। ରସୁଣ ହୃତପିଣ୍ଡ ବା ହାର୍ଟ ସହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରକ୍ତ ଜମାଟରୁ ମଧ୍ୟ ଏହା ରକ୍ଷାକରେ। ଖାଲିପେଟରେ ରସୁଣ ଚୋବାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ।

The post ଅନେକ ରୋଗର ମହୋଷଧି ରସୁଣ appeared first on Dharitri Odia News.