ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ

ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସ୍‌ଆର୍‌ ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)ର ଚାମ୍ପିୟନମାନଙ୍କୁ ସ୍ବୀକୃତି ଦେବା ଦିଗରେ ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି,ଯାହା ଓଡ଼ିଶାର ବ୍ୟବସାୟିକ ଦୃଶ୍ୟପଟକୁ ନୂଆ ରୂପ ଦେବାର ପ୍ରତିଶ୍ରୁତି ଦେଇଛି। ଚଳିତ ବର୍ଷ ‘ଏକ ସ୍ଥାୟୀ ଭବିଷ୍ୟତ […] The post ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ appeared first on Dharitri Odia News.

ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ

ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସ୍‌ଆର୍‌ ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)ର ଚାମ୍ପିୟନମାନଙ୍କୁ ସ୍ବୀକୃତି ଦେବା ଦିଗରେ ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି,ଯାହା ଓଡ଼ିଶାର ବ୍ୟବସାୟିକ ଦୃଶ୍ୟପଟକୁ ନୂଆ ରୂପ ଦେବାର ପ୍ରତିଶ୍ରୁତି ଦେଇଛି। ଚଳିତ ବର୍ଷ ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ସମୃଦ୍ଧି ପାଳନ’ ଶୀର୍ଷକ ବିଷୟବସ୍ତୁ ଅର୍ଥନୈତିକ ପ୍ରଗତି, ସାମାଜିକ କଲ୍ୟାଣ ଏବଂ ପରିବେଶ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ପାରସ୍ପରିକ ସମ୍ପର୍କକୁ ସୂଚାଉଛି।
ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି, ଆମ ସରକାର ରାଜ୍ୟର ଶିଳ୍ପ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଫରେଷ୍ଟ (ସି) ଉପମହାନିର୍ଦ୍ଦେଶକ ଏ.ଟି.ମିଶ୍ର କହିଛନ୍ତି, ସିଏସ୍‌ଆର୍‌ ସ୍କୁଲ କୋଠା କିମ୍ବା ଡାକ୍ତରଖାନା ନିର୍ମାଣ ଠାରୁ ଆଗକୁ ଯିବା ଉଚିତ। ଆସୋଚାମ୍‌ ଓଡ଼ିଶାର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ସ୍ବାଗତ ଅଭିଭାଷଣ ଦେଇଥିଲାବେଳେ ଆସୋଚାମ ଓଡ଼ିଶା ରାଜ୍ୟ ସିଏସ୍‌ଆର୍‌ ଆଣ୍ଡ ସଷ୍ଟେନେବିଲିଟି କାଉନସିଲର ଅଧ୍ୟକ୍ଷ ପ୍ରଶାନ୍ତ ହୋତା ସମତେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

The post ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ appeared first on Dharitri Odia News.