ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ଜୟପୁର ଭି.ଡ଼ି କଲେଜ ୱିନର

ଗୋପାଳପୁର ୨୨/୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମିନି ଷ୍ଟାଡିୟମରେ ଆଜି ୫୩ ତମ ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗୀତା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ବିକ୍ରମ ଦେବ କଲେଜ ଜୟପୁର ସହ ଗୁଣପୁର କଲେଜ ମଧ୍ୟରେ ହୋଇଥିଲା। ଜୟପୁର କଲେଜ ଟସ୍ ଜିତି ପ୍ରଥମ ବ୍ୟାଟିଙ୍ଗ କରିବା ସହ ନିର୍ଧାରିତ ୨୫ ଓଭରରେ ୧୮୩ ରନ କରି ୫ ୱିକେଟ ହରାଇଥିଲା। ଦଳର ସୌମ୍ୟ ରଞ୍ଜନ ପାଇକରାୟ ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିବା ବେଳେ […] The post ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ଜୟପୁର ଭି.ଡ଼ି କଲେଜ ୱିନର appeared first on Odisha.News.

ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ  ଜୟପୁର ଭି.ଡ଼ି କଲେଜ ୱିନର

ଗୋପାଳପୁର ୨୨/୧
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମିନି ଷ୍ଟାଡିୟମରେ ଆଜି ୫୩ ତମ ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗୀତା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ବିକ୍ରମ ଦେବ କଲେଜ ଜୟପୁର ସହ ଗୁଣପୁର କଲେଜ ମଧ୍ୟରେ ହୋଇଥିଲା। ଜୟପୁର କଲେଜ ଟସ୍ ଜିତି ପ୍ରଥମ ବ୍ୟାଟିଙ୍ଗ କରିବା ସହ ନିର୍ଧାରିତ ୨୫ ଓଭରରେ ୧୮୩ ରନ କରି ୫ ୱିକେଟ ହରାଇଥିଲା। ଦଳର ସୌମ୍ୟ ରଞ୍ଜନ ପାଇକରାୟ ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିବା ବେଳେ ଆଦିତ୍ୟ କୁମାର ଶତପଥି ଏବଂ ୱାଇ. ଯୁବରାଜ୍ ୟାଦବ ୫ ଓଭରରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଗୁଣପୁର ଦ୍ଵିତୀୟ ପାଳିରେ ୨୫ ଓଭରରେ ୧୪୯ ରନ୍ କରି ଅଲ୍ ଆଉଟ୍ ହୋଇ ରନର ହୋଇଥିଲା । ଅମ୍ପାୟାର ଭାବେ କେ. ଈଶ୍ୱର ପ୍ରସାଦ ଏଵଂ ବି.କେ ମାରାଣ୍ଡି ରହିଥିବା ବେଳେ ସ୍କୋରର୍ ଭାବେ ପ୍ରାସାଦ କୁମାର ଦାସ ଦାୟିତ୍ଵ ତୁଲାଇଥିଲେ। ଆଜି ଅପରାହ୍ନରେ ପୁରସ୍କାର ବିତରଣ ବେଳେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ , ଲକ୍ଷ୍ମଣ କୁମାର୍ ସାହୁ , ରାଜେଶ କୁମାର ମହାନ୍ତି , ଡଃ ଏସ .କେ.ସାହୁ, ସୁନୀତା ପାତ୍ର , ରବି ଚରଣ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ଏହି ମ୍ୟାଚ୍ ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିଲ । ଏହି ଟୁନାମେଣ୍ଟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୩୯ଟି କଲେଜ ଭାଗ ନେଇଥିଲେ । ୱୀନର ଏବଂ ରାନର୍ ଦଳକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରପି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

The post ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ଜୟପୁର ଭି.ଡ଼ି କଲେଜ ୱିନର appeared first on Odisha.News.