ଅନ୍ତିମ ଯାତ୍ରାରେ ଟାଙ୍ଗରପାଲି ଗାଁ ଗୌନ୍ତିଏନ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପାଲି ଗାଁର ଗୌନ୍ତିଏନ ବସନ୍ତ ପତିଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ସେ ଗୌନ୍ତିଆ ଯଦୁମଣି ପତିଙ୍କର ଧର୍ମପତ୍ନୀ ଥିଲେ। ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିବାରୁ ଚାରି ବର୍ଷ ଧରି ସେ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ସଂପ୍ରତି ସମାଜରେ ଗୌନ୍ତିଆ ପରମ୍ପରା ଆଉ ଚାଲି ନଥିଲେ ମଧ୍ୟ ଗୌନ୍ତିଆଙ୍କ ମୃତ୍ୟୁ ପରେ, ବସନ୍ତଙ୍କୁ ଗ୍ରାମବାସୀ ଗୌନ୍ତିଏନ ବୋଲି ମାନୁ ଥିଲେ। ଗ୍ରାମର […]

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପାଲି ଗାଁର ଗୌନ୍ତିଏନ ବସନ୍ତ ପତିଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ସେ ଗୌନ୍ତିଆ ଯଦୁମଣି ପତିଙ୍କର ଧର୍ମପତ୍ନୀ ଥିଲେ। ତାଙ୍କର ବାମ ଗୋଡ ଭାଙ୍ଗି ଯାଇଥିବାରୁ ଚାରି ବର୍ଷ ଧରି ସେ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ସଂପ୍ରତି ସମାଜରେ ଗୌନ୍ତିଆ ପରମ୍ପରା ଆଉ ଚାଲି ନଥିଲେ ମଧ୍ୟ ଗୌନ୍ତିଆଙ୍କ ମୃତ୍ୟୁ ପରେ, ବସନ୍ତଙ୍କୁ ଗ୍ରାମବାସୀ ଗୌନ୍ତିଏନ ବୋଲି ମାନୁ ଥିଲେ। ଗ୍ରାମର ଯେ କୌଣସି କାମ କରିବା ପୂର୍ବରୁ ତାଙ୍କ ପରାମର୍ଶ ନେଉଥିଲେ, ଏମିତିକି ସେ ଶଯ୍ୟାଶାୟୀ ଥିବା ସମୟରେ ମଧ୍ୟ ବସନ୍ତ ଗ୍ରାମବାସୀଙ୍କୁ ମାତୃତୁଲ୍ୟ ସ୍ନେହ ଦେଇ ଆସୁଥିଲେ।