ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ଅନ୍ଧ ବିଶ୍ୱାସର କରୁଣ ପରିଣତି ପୁଣି ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଆଦିବାସୀ ଯୁବକଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ବିଷ ଝାଡିବାକୁ ଗୁଣିଆ ସାଜିଥିଲା ଭରଷା । ପରିବାର ଲୋକ ଗୁଣିଆ ପାଖକୁ ଯାଇଥିଲେ । ପ୍ରାୟ ୪ ଘଣ୍ଟାର କସରତ ପରେ ଶେଷରେ ଯୁବକଙ୍କୁ ମେଡିକାଲ ନେଇଥିଲେ ପରିବାର ଲୋକେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜାବିନପୁର […] The post ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ appeared first on Dharitri Odia News.

ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ଅନ୍ଧ ବିଶ୍ୱାସର କରୁଣ ପରିଣତି ପୁଣି ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଆଦିବାସୀ ଯୁବକଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ବିଷ ଝାଡିବାକୁ ଗୁଣିଆ ସାଜିଥିଲା ଭରଷା । ପରିବାର ଲୋକ ଗୁଣିଆ ପାଖକୁ ଯାଇଥିଲେ । ପ୍ରାୟ ୪ ଘଣ୍ଟାର କସରତ ପରେ ଶେଷରେ ଯୁବକଙ୍କୁ ମେଡିକାଲ ନେଇଥିଲେ ପରିବାର ଲୋକେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜାବିନପୁର ଗାଁରେ ଦେଖିବାକୁ ମିଳିଛି ।

ଗ୍ରାମର ସ୍ବର୍ଗତ ମଥୁରା ମୁଣ୍ଡାଙ୍କ ପୁଅ ମାନସ ମୁଣ୍ଡା(୩୦) ସୋମବାର ରାତିରେ ଘରେ ଶୋଇଥିଲେ। ସେତିକିବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡିବାକୁ ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଅବସ୍ଥା ଗୁରୁତର ହେବାରୁ ମାନସଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ମଙ୍ଗଳବାର ଭୋର ପ୍ରାୟ ୫ ଟାରେ ମାନସଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଗୁଣିଆ ପାଖରେ ସମୟ ନଷ୍ଟ ନ କରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମାନସଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସ୍ଥାନୀୟ କେତେକ ଲୋକେ କହିଛନ୍ତି। ନନ୍ଦିପଦା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୦/୨୦୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

The post ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ appeared first on Dharitri Odia News.