ଅପହରଣ ପରେ ମାରି ପୋତିଦେଲେ, ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ମୟୁରଭଞ୍ଜ : ଅପହରଣ ପରେ ମାରି ପୋତିଦେଲେ । ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ବାରିପଦା ଭଞ୍ଜପୁର ଥାନା ବଢ଼େଇସାହି ଅଞ୍ଚଳରେ ଗତ ୨୯ ତାରିଖରେ ଜମି ବିକ୍ରି ଟଙ୍କା ଭାଗ ବଣ୍ଟାକୁ ନେଇ ଘଟିଥିଲା ଏପରି  କାଣ୍ଡ । ମୃତକ ହେଲେ ଶାଲଖୁ ମାରାଣ୍ଡି । ଏହି ଘଟଣାରେ ଭଞ୍ଜପୁର ଥାନା ପୋଲିସ ୫ ଜଣକୁ ଅଟକ ରଖିଛି । ସାଲଖୁ ମାରାଣ୍ଡି କିଛି ଲୋକଙ୍କ ସହ ମିଶି ଜମି […] The post ଅପହରଣ ପରେ ମାରି ପୋତିଦେଲେ, ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ appeared first on KNews Odisha.

ଅପହରଣ ପରେ ମାରି ପୋତିଦେଲେ, ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ
deadbody

ମୟୁରଭଞ୍ଜ : ଅପହରଣ ପରେ ମାରି ପୋତିଦେଲେ । ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ବାରିପଦା ଭଞ୍ଜପୁର ଥାନା ବଢ଼େଇସାହି ଅଞ୍ଚଳରେ ଗତ ୨୯ ତାରିଖରେ ଜମି ବିକ୍ରି ଟଙ୍କା ଭାଗ ବଣ୍ଟାକୁ ନେଇ ଘଟିଥିଲା ଏପରି  କାଣ୍ଡ । ମୃତକ ହେଲେ ଶାଲଖୁ ମାରାଣ୍ଡି । ଏହି ଘଟଣାରେ ଭଞ୍ଜପୁର ଥାନା ପୋଲିସ ୫ ଜଣକୁ ଅଟକ ରଖିଛି ।

ସାଲଖୁ ମାରାଣ୍ଡି କିଛି ଲୋକଙ୍କ ସହ ମିଶି ଜମି କିଣା ବିକା ବେପାର କରୁଥିଲେ ।  ଏକ ଜମି ବିକ୍ରି ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ୩ ଦିନ ପୂର୍ବେ ସାଲଖୁ ନିରୁଦିଷ୍ଟ ହୋଇଯାଇଥିଲେ । ଯାହାକୁ ନେଇ ତାଙ୍କ ପତ୍ନୀ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ ।

ଜଣେ ବ୍ୟକ୍ତି ଅପହରଣ କରିଥିବା ସନ୍ଦେହ ପ୍ରକାଶ କରିଥିଲେ ।  ଏହାକୁ ଭିତ୍ତି କରି ପୋଲିସ ଖୋଳତାଡ଼ କରିଥିଲା ।  ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ କରି ୫ ଜଣକୁ ପୁଲିସ ଅଟକ ରଖି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଟଙ୍କା ପାଇଁ ସୁପାରି କିଲର୍ ଦ୍ବାରା ମାରି ପୋତି ଦେଇଥିବା ଜଣାପଡିଛି ।

The post ଅପହରଣ ପରେ ମାରି ପୋତିଦେଲେ, ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ appeared first on KNews Odisha.