କାନାଡ଼ାର ଶନି ଦଶା: ପିଲାଙ୍କ ପେଟ ଭରିବାକୁ ଓଳିଏ ଉପାସ ରହୁଛନ୍ତି ବାପାମା, ସଉଦା ଖର୍ଚ୍ଚ କାଟ୍ କରୁଛନ୍ତି ୯୦%
ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରିବା ପରେ କାନାଡ଼ାର ଶନି ଦଶା। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବାକୁ ସଂଘର୍ଷ କରୁଛି ଏହି ସମ୍ଭ୍ରାନ୍ତ ପଶ୍ଚିମ ଦେଶ। ପିଲାଙ୍କ ପାଟିକୁ ମୁଠାଏ ଦାନା ଦେବାକୁ କାନାଡ଼ାର ବାପାମା ନିଜ ଖାଦ୍ୟରୁ ୨୫ ପ୍ରତିଶତ କାଟି ରଖୁଛନ୍ତି। ସାରା ଦେଶରେ ଏଭଳି ସ୍ଥିତି। ବର୍ତ୍ତମାନ କାନାଡ଼ାରେ ରହିବା, ଖାଇବା ଆଦି ସବୁଥିରେ ଅସୁବିଧା। ବେରୋଜଗାରୀ ବଢ଼ିଛି। ମହଙ୍ଗା ସ୍ଥିତି ସଂଗୀନ ହୋଇଛି। ଏକଥା ଆମେ କହୁ ନାହୁଁ, ଏକ ଏନ୍ଜିଓ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। କାନାଡ଼ାର ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଅଭିଭାବକ ନିଜ ଛୁଆର ପେଟ ଭରିବା ପାଇଁ ନିଜ ଭାଗରୁ ସଞ୍ଚୟ କରି ରଖୁଛନ୍ତି ବୋଲି ସାଲଭେସନ ଆର୍ମି ନାମକ ଏନ୍ଜିଓ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି।ନଭେମ୍ବର ୨୧ ତାରିଖରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ଅନୁସାରେ, ସର୍ଭେରେ ଭାଗ ନେଇଥିବା ୯୦ ପ୍ରତିଶତ ଲୋକେ କହିଛନ୍ତି, ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ସେମାନେ ସଉଦା ଖର୍ଚ୍ଚ କାଟ କରୁଛନ୍ତି। ଏପଟେ ମହଙ୍ଗା ସ୍ଥିତି ଉତ୍କଟ ହେବାରୁ ସ୍ଥିତି ସାମାନ୍ୟ କରିବାକୁ ଟ୍ରୁଡୋ ସରକାର କିଛି ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସ୍ଟି କାଟ କରିବାକୁ ଘୋଷଣା କରିଛନ୍ତି। ଏପଟେ କାନାଡ଼ା ଖାଦ୍ୟ ବ୍ୟାଙ୍କରେ ମଧ୍ୟ ଖାଦ୍ୟ ଅଭାବ ଦେଖା ଦେଖା ଦେଲାଣି। ତେଣୁ ବିଦେଶୀ ଛାତ୍ରଙ୍କୁ ନିଜ ଦେଶକୁ ଫେରାଇ ଦେବାକୁ ନିଷ୍ପତ୍ତି ମଧ
ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରିବା ପରେ କାନାଡ଼ାର ଶନି ଦଶା। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବାକୁ ସଂଘର୍ଷ କରୁଛି ଏହି ସମ୍ଭ୍ରାନ୍ତ ପଶ୍ଚିମ ଦେଶ। ପିଲାଙ୍କ ପାଟିକୁ ମୁଠାଏ ଦାନା ଦେବାକୁ କାନାଡ଼ାର ବାପାମା ନିଜ ଖାଦ୍ୟରୁ ୨୫ ପ୍ରତିଶତ କାଟି ରଖୁଛନ୍ତି। ସାରା ଦେଶରେ ଏଭଳି ସ୍ଥିତି। ବର୍ତ୍ତମାନ କାନାଡ଼ାରେ ରହିବା, ଖାଇବା ଆଦି ସବୁଥିରେ ଅସୁବିଧା। ବେରୋଜଗାରୀ ବଢ଼ିଛି। ମହଙ୍ଗା ସ୍ଥିତି ସଂଗୀନ ହୋଇଛି। ଏକଥା ଆମେ କହୁ ନାହୁଁ, ଏକ ଏନ୍ଜିଓ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। କାନାଡ଼ାର ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଅଭିଭାବକ ନିଜ ଛୁଆର ପେଟ ଭରିବା ପାଇଁ ନିଜ ଭାଗରୁ ସଞ୍ଚୟ କରି ରଖୁଛନ୍ତି ବୋଲି ସାଲଭେସନ ଆର୍ମି ନାମକ ଏନ୍ଜିଓ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି।
ନଭେମ୍ବର ୨୧ ତାରିଖରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ଅନୁସାରେ, ସର୍ଭେରେ ଭାଗ ନେଇଥିବା ୯୦ ପ୍ରତିଶତ ଲୋକେ କହିଛନ୍ତି, ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ସେମାନେ ସଉଦା ଖର୍ଚ୍ଚ କାଟ କରୁଛନ୍ତି। ଏପଟେ ମହଙ୍ଗା ସ୍ଥିତି ଉତ୍କଟ ହେବାରୁ ସ୍ଥିତି ସାମାନ୍ୟ କରିବାକୁ ଟ୍ରୁଡୋ ସରକାର କିଛି ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସ୍ଟି କାଟ କରିବାକୁ ଘୋଷଣା କରିଛନ୍ତି। ଏପଟେ କାନାଡ଼ା ଖାଦ୍ୟ ବ୍ୟାଙ୍କରେ ମଧ୍ୟ ଖାଦ୍ୟ ଅଭାବ ଦେଖା ଦେଖା ଦେଲାଣି। ତେଣୁ ବିଦେଶୀ ଛାତ୍ରଙ୍କୁ ନିଜ ଦେଶକୁ ଫେରାଇ ଦେବାକୁ ନିଷ୍ପତ୍ତି ମଧ୍ୟ ହୋଇଛି। ଯେଉଁଥିରେ ଭାରତୀୟ ଛାତ୍ରମାନେ ବି ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଆସନ୍ତା ବର୍ଷ କାନାଡ଼ାରା ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ସ୍ଥିତି ଉପୁଜିଛି। ଯାହା ହୁଏତ ଟ୍ରୁଡୋ ସରକାରଙ୍କୁ ମହଙ୍ଗା ପଡ଼ିପାରେ।
ସର୍ଭେ ଅନୁସାରେ, କିଛି ଲୋକ ମହଙ୍ଗା ମାର୍କେଟ୍ ସହିତ ଖାପ ଖୁଆଇ ଚଳିପାରୁ ନାହାନ୍ତି। ବାଧ୍ୟ ହୋଇ ମହଙ୍ଗା ଦାମ୍ରେ ଅତ୍ୟାବଶୀୟ ସାମଗ୍ରୀ କିଣିବାକୁ ପଡ଼ୁଛି। ଗ୍ରୋସରୀ ବିଲ୍ ଏତେ ହେଉଛି ଯେ ଜୀବନ ଧାରଣ ମୂଲ୍ୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପଲଟିଲାଣି। ତେଣୁ କାନାଡ଼ା ଯେ ବର୍ତ୍ତମାନ ବଡ଼ ଅର୍ଥନୈତିକ ବିପଦ ଦେଇ ଗତି କରୁଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ଏନେଇ ସାଲଭେସନ ଆର୍ମିର ପ୍ରବକ୍ତା ଜନ ମୁରେ କହିଛନ୍ତି “ ଅଧିକାଂଶ କାନାଡ଼ାବାସୀ ନିଜର ତଥା ନିଜର ପିଲା ଓ ପରିବାର ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି। ତେଣୁ ଦେଶ ଏକ ଗଭୀର ସଂକଟରେ ଥିବା ଜଣାପଡ଼ୁଛି।” ଅଧିକାଂଶ ଲୋକ ଶସ୍ତାରେ କମ ପୋଷଣଯୁକ୍ତ ଖାଦ୍ୟ କିଣୁଥିବା ବେଳେ ୮୪ ପ୍ରତିଶତ ଲୋକ ଗୋଟିଏ ଓଳିର ଖାଇବା ଖାଉ ନାହାନ୍ତି। ଏହା କେବଳ ଯେ କାନାଡ଼ାର ଆର୍ଥିକ ଦୁଃସ୍ଥିତିକୁ ଦର୍ଶାଉଛି ତାହା ନୁହେଁ, ଏଭଳି ସ୍ଥିତିରେ କାନାଡ଼ାବାସୀ କିଭଳି ଚଳୁଛନ୍ତି ତା ମଧ୍ୟ ଦର୍ଶାଉଛି।
ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଦର ହ୍ରାସ କରିବାକୁ କାନାଡ଼ା ଲୋକେ ଟ୍ରୁଡେ ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି। ହେଲେ କିଛି ସୁଫଳ ମିଳୁ ନାହିଁ। କିନ୍ତୁ ବର୍ଷକ ପରେ ନିର୍ବାଚନ ଥିବାରୁ ମହଙ୍ଗା ସ୍ଥିତି ନିୟନ୍ତ୍ରଣ କରିବାକୁ କାନାଡ଼ା ସରକାର କପଡ଼ା, ନାପିସ୍ ଓ ପୂର୍ବରୁ ତିଆରି ହୋଇଥିବା ଗରମ ଖାଦ୍ୟ ଉପରେ ଜିଏସ୍ଟି ହ୍ରାସ କରିପାରନ୍ତି ବୋଲି ସୂଚନା ମିଳିଛି।
ଦେଶରେ ଏଭଳି ସ୍ଥିତି ପାଇଁ କାନାଡ଼ା ରାଜନୀତିରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି। ଜଷ୍ଟିନ ଟ୍ରୁଡୋଙ୍କ ଲିବେରାଲ ପାର୍ଟିର ସହଯୋଗୀ ଦଳ ଏନ୍ଡିପି ବିଦ୍ରୋହ କରିଛି। ଏନ୍ଡିପି ନେତା ଜଗମୀତ ସିଂହ କହିଛନ୍ତି ଜିଏସ୍ଟିକୁ ଶେଷ କରିବାକୁ ସେ ଆନ୍ଦୋଳନ କରୁଛନ୍ତି। ଲିବେରାଲ ଦଳ କିଛି ସାମଗ୍ରୀରେ ଟ୍ୟାକ୍ସ କମାଇ ସ୍ୱଳ୍ପ ସମୟ ପାଇଁ ଆଶ୍ୱସ୍ଥି ଦେବାକୁ ଚାହୁଁଥିବା ବେଳେ ଏନ୍ଡିପି କିନ୍ତୁ ଟ୍ୟାକ୍ସ ହ୍ରାସ କରି ଲୋକଙ୍କୁ ମୁକ୍ତି ଦେବ ବୋଲି ଜଗମୀତ କହିଛନ୍ତି।