ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆ, କବିତାଙ୍କ ହାଜତ ମିଆଦ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଆପ୍‌ ନେତା ମନୀଷ ସିସୋଦିଆ ଏବଂ ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ନେତ୍ରୀ କେ କବିତାଙ୍କ ନ୍ୟାୟିକ ହାଜତ ମିଆଦ ବୃଦ୍ଧି କରିଛନ୍ତି। ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ କୋର୍ଟ ସିସୋଦିଆ ଏବଂ କବିତାଙ୍କର ହାଜତ ମିଆଦ ବୃଦ୍ଧି କରିଛନ୍ତି। ଫଳରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ନେତା ଜେଲ୍‌ରେ ରହିବେ। ସେମାନଙ୍କୁ ଭିଡିଓ କନଫରେନ୍ସ […]

ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆ, କବିତାଙ୍କ ହାଜତ ମିଆଦ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଆପ୍‌ ନେତା ମନୀଷ ସିସୋଦିଆ ଏବଂ ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ନେତ୍ରୀ କେ କବିତାଙ୍କ ନ୍ୟାୟିକ ହାଜତ ମିଆଦ ବୃଦ୍ଧି କରିଛନ୍ତି। ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ କୋର୍ଟ ସିସୋଦିଆ ଏବଂ କବିତାଙ୍କର ହାଜତ ମିଆଦ ବୃଦ୍ଧି କରିଛନ୍ତି। ଫଳରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ନେତା ଜେଲ୍‌ରେ ରହିବେ। ସେମାନଙ୍କୁ ଭିଡିଓ କନଫରେନ୍ସ ଦ୍ବାରା କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପକ୍ଷେ ଦିଲ୍ଲୀ କୋର୍ଟ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ମିଆଦ ଆସନ୍ତା ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।