ଅବକାରୀ ବିଭାଗକୁ ସଫଳତା, ବିପୁଳ ପରିମାଣର ମଦ ସହ ୫ ଗିରଫ

ବ୍ରହ୍ମପୁର ୧୯।୧୨ : ଅବକାରୀ ବିଭାଗକୁ ସଫଳତା । ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ଗାଁରୁ ଏକ ନକଲି ଦେଶୀ ମଦ କାରଖାନାକୁ ଠାବ କରିଛି। ଏହି ଚଢାଉରେ ବିପୁଳ ପରିମାଣର ମଦ ସହ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, ଜଗଦଲପୁର ଗାଁରେ ଏକ ନକଲି ଦେଶୀ ମଦ କାରଖାନା ଚାଲୁଥିବା ନେଇ ଅବକାରୀ ବିଭାଗର ଗୁଇନ୍ଦା ୟୁନିଟ୍‌କୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗାଁରେ ଚଢାଉ ହୋଇଥିଲା । ଏହି ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି ।  ଅବକାରୀ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରି ଏହି କାରଖାନାକୁ ଠାବ କରିଥିବା ଜଣାପଡିଛି । 

ଅବକାରୀ ବିଭାଗକୁ ସଫଳତା, ବିପୁଳ ପରିମାଣର ମଦ ସହ ୫ ଗିରଫ

ବ୍ରହ୍ମପୁର ୧୯।୧୨ : ଅବକାରୀ ବିଭାଗକୁ ସଫଳତା । ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ଗାଁରୁ ଏକ ନକଲି ଦେଶୀ ମଦ କାରଖାନାକୁ ଠାବ କରିଛି। ଏହି ଚଢାଉରେ ବିପୁଳ ପରିମାଣର ମଦ ସହ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । 

ଖବର ଅନୁଯାୟୀ, ଜଗଦଲପୁର ଗାଁରେ ଏକ ନକଲି ଦେଶୀ ମଦ କାରଖାନା ଚାଲୁଥିବା ନେଇ ଅବକାରୀ ବିଭାଗର ଗୁଇନ୍ଦା ୟୁନିଟ୍‌କୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗାଁରେ ଚଢାଉ ହୋଇଥିଲା । ଏହି ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି ।  ଅବକାରୀ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରି ଏହି କାରଖାନାକୁ ଠାବ କରିଥିବା ଜଣାପଡିଛି ।