ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି
ପାରାଦୀପ,୨୬ା୯(ଶରତ ରାଉତ):ପାରାଦୀପ ବନ୍ଦରରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍.ଭି. ଦେବୀ ଜାହାଜ ଏବେ ବି ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସମ୍ପୃକ୍ତ ଜାହାଜକୁ ଓଡ଼ିଶା ହାଇକୋର୍ଟ ବିକ୍ରି କରିବାକୁ ଅଗଷ୍ଟ ୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଜାହାଜର ମୂଲ୍ୟାଙ୍କନ କରି ରିପୋର୍ଟ ଦେବାକୁ ସମୟ ଥିଲା ସେପ୍ଟେମ୍ବର ୨୧ତାରିଖ। ଏହା ମଧ୍ୟରେ ଧାର୍ଯ୍ୟ ସମୟ ୪ ଦିନ ଅତିକ୍ରାନ୍ତ କରିସାରିଲାଣି। ଜାହାଜ ବିକ୍ରି ହେବା ପ୍ରସଙ୍ଗ ଏବେ ଅନାଲୋଚିତ ହୋଇ ରହିଛି। ଜାହାଜ ବିକ୍ରି […] The post ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି appeared first on Dharitri Odia News.
ପାରାଦୀପ,୨୬ା୯(ଶରତ ରାଉତ):ପାରାଦୀପ ବନ୍ଦରରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍.ଭି. ଦେବୀ ଜାହାଜ ଏବେ ବି ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସମ୍ପୃକ୍ତ ଜାହାଜକୁ ଓଡ଼ିଶା ହାଇକୋର୍ଟ ବିକ୍ରି କରିବାକୁ ଅଗଷ୍ଟ ୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଜାହାଜର ମୂଲ୍ୟାଙ୍କନ କରି ରିପୋର୍ଟ ଦେବାକୁ ସମୟ ଥିଲା ସେପ୍ଟେମ୍ବର ୨୧ତାରିଖ। ଏହା ମଧ୍ୟରେ ଧାର୍ଯ୍ୟ ସମୟ ୪ ଦିନ ଅତିକ୍ରାନ୍ତ କରିସାରିଲାଣି। ଜାହାଜ ବିକ୍ରି ହେବା ପ୍ରସଙ୍ଗ ଏବେ ଅନାଲୋଚିତ ହୋଇ ରହିଛି। ଜାହାଜ ବିକ୍ରି ହେବ କି ନାହିଁ, ସେଥିରେ ସମ୍ପୃକ୍ତ ଘରୋଇ ସଂସ୍ଥା, ଅଟକ ରଖିଥିବା କଷ୍ଟମ୍ସ ବିଭାଗ, ଦେଖାରଖା କରୁଥିବା ମେରାଇନ୍ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ମେରାଇନ୍ ଥାନାଧିକାରିଣୀ ସୁଜାତା ବେହେରାଙ୍କୁ ଜାହାଜ ବିକ୍ରି ସମ୍ପର୍କରେ ପଚାରିବାରେ ଆମ ପାଖକୁ ସେ ସମ୍ପର୍କରେ କୌଣସି ନୋଟିସ ଆସିନାହିଁ। ଅର୍ଥାତ୍ ଜାହାଜ ବିକ୍ରି ହୋଇନାହିଁ। ଏବେ ଜାହାଜ ଯେଉଁଠି ଥିଲା ସେଇଠି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ବୋଲି ଜଣାପଡିଛି। ଏହା ମଧ୍ୟରେ ଜାହାଜ ମାଲିକ ପ୍ରାୟ ୪ଟି ଏଜେଣ୍ଟ କମ୍ପାନୀ ପରିବର୍ତ୍ତନ କରିସାରିଲାଣି। ଏବେ କୋଲକାତାର ଗୋଟିଏ ଏଜେଣ୍ଟ ଜାହାଜ ନାବିକଙ୍କ ଦେଖାଶୁଣା ଓ ଖାଦ୍ୟ ସାମଗ୍ରୀ ଯୋଗାଉଛି। ଯେଉଁ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀ ଜାହାଜ ଭଡ଼ା ବାବଦରେ ହାଇକୋର୍ଟରେ ଅଭିଯୋଗ କରିଥିଲେ ସେ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। କମ୍ପାନୀ ଏଚ୍ଆର୍(ମାନବ ସମ୍ବଳ) ବିଭାଗର କର୍ମଚାରୀ ଶାରଦା ନାୟକଙ୍କୁ ପଚାରିବାରେ ସେ ବିଷୟରେ କିଛି କହିବେ ନାହିଁ ବୋଲି କହିଛନ୍ତି। ୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣା ପରେ ଜାହାଜ ଅଟକ ରହିଛି। ସେଥିରେ ଥିବା ୨୧ ଜଣ ନାବିକ ନିର୍ବାସନ ଭଳି ଦଣ୍ଡ ଭୋଗୁଛନ୍ତି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୩୦ରେ ଏହି ଏମ୍.ଭି. ଦେବୀ ଜାହାଜ (ଆଇଏମ୍ଓ ନଂ. ୯୬୧୬୭୩୫) ପିଆଇସିଟି ବର୍ଥରେ ପଣ୍ୟ ବୋଝେଇ କରୁଥିବା ବେଳେ କୋକେନ୍ ଥିବା ଜଣାପଡ଼ିଥିଲା। ପରେ କଷ୍ଟମ୍ସ ବିଭାଗ କୋକେନ୍ ଜବତ କରିବା ସହ ଜାହାଜ ଓ ନାବିକଙ୍କୁ ଅଟକ ରଖିଛି। ଦୀର୍ଘଦିନ ଧରି ଜାହାଜ ପିଆଇସିଟି ବର୍ଥରେ ରହିବା ଯୋଗୁ ତା’ର ଭଡ଼ା ମିଳି ନ ଥିଲା। ସେଥିପାଇଁ ପିଆଇସିଟି କମ୍ପାନୀ ଓଡ଼ିଶା ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ବର୍ଥ ଭଡ଼ା ୭ କୋଟି ୯୫ ଲକ୍ଷ ୪୭ ହଜାର ୧୩୦ ଟଙ୍କା, ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଓ ଆଇନ ଗତ ଖର୍ଚ୍ଚ ୫୦ ଲକ୍ଷ ଟଙ୍କା ଦେବାକୁ ଆବେଦନ କରିଥିଲେ। କୋର୍ଟରେ ଜାହାଜ ମାଲିକଙ୍କ ପକ୍ଷରୁ କୌଣସି ପକ୍ଷ ଉପସ୍ଥିତ ନ ରହିବାରୁ କୋର୍ଟ ଜାହାଜ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆଡୋନିଆ ଅଫ୍ଶୋର କନ୍ସଲାଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଜାହାଜର ମୂଲ୍ୟ ଆକଳନକରି ସେପ୍ଟେମ୍ବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ଏହା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି।
The post ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି appeared first on Dharitri Odia News.