ଅବପାତରେ ପରିଣତ ହେବ ଲଘୁଚାପ,୨୭ ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଅବପାତରେ ପରିଣତ ହେବ ଲଘୁଚାପ। ଗତ ୨୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ସୋମବାର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୨୫ରୁ ୨୭ ତାରିଖ ମଧ୍ୟରେ ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ସେହିପରି ଓଡ଼ିଶାରେ ମଧ୍ୟ ୨୫ ଓ ୨୬ ତାରିଖରେ ପାଗ ଆଂଶିକ ମେଘୁଆ ରହିବା ସହ ୨୭ ତାରିଖରୁ […]

ଭୁବନେଶ୍ୱର : ଅବପାତରେ ପରିଣତ ହେବ ଲଘୁଚାପ। ଗତ ୨୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ସୋମବାର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୨୫ରୁ ୨୭ ତାରିଖ ମଧ୍ୟରେ ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ସେହିପରି ଓଡ଼ିଶାରେ ମଧ୍ୟ ୨୫ ଓ ୨୬ ତାରିଖରେ ପାଗ ଆଂଶିକ ମେଘୁଆ ରହିବା ସହ ୨୭ ତାରିଖରୁ ୩ ଦିନ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା ରହିଛି ।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଭାରତ ମହାସାଗର ନିକଟସ୍ଥ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଆଜି ଆବପାତର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ତାମିଲନାଡୁ ଏବଂ ଶ୍ରୀଲଙ୍କାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ୨୭ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ୨୮ରେ ଗଞ୍ଜାମ, ଗଜପତି, ମାଲକାନଗିରି , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ରାୟଗଡା ଏବଂ କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ, ୨୯ରେ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି। ଆଗାମୀ ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରେ ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ସେହପରି କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ। ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି।