ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ : ସରିଲା ରକ୍ ଷ୍ଟାର୍ ଜଜଙ୍କ କାର୍ଯ୍ୟକାଳ। ଆଜି ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି... The post ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ appeared first on .
ନୂଆଦିଲ୍ଲୀ : ସରିଲା ରକ୍ ଷ୍ଟାର୍ ଜଜଙ୍କ କାର୍ଯ୍ୟକାଳ। ଆଜି ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ତାଙ୍କର ୨ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୨ ନଭେମ୍ଵର ୯ ତାରିଖରେ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ଵ ନେଇଥିଲେ। ଆଜି ଥିଲା ତାଙ୍କ କାର୍ଯ୍ୟକାଳର ଶେଷ ଦିନ। ତାଙ୍କୁ ବିଦାୟ ଦେବା ପାଇଁ ସୁପ୍ରିମକୋର୍ଟ ବାର୍ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ କହିଛନ୍ତି, ପ୍ରତିଦିନ ବିଚାରପତିମାନେ ଏକ ତୀର୍ଥଯାତ୍ରୀ ପରି କୋର୍ଟକୁ ଆସନ୍ତି। ସେମାନଙ୍କର ଗୋଟିଏ ଗୋଟିଏ ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଥାଏ। ନିଜର ମହାନତା ଦେଖାଇ ସେ କହିଥିଲେ, କାମ ସମୟରେ ଯଦି କେବେ ମୁଁ କାହା ମନରେ କଷ୍ଟ ଦେଇଥାଏ,ତେବେ କ୍ଷମା କରିଦେବେ। ନିଜର ନିର୍ଭୀକ ବ୍ୟକ୍ତିତ୍ଵ ପାଇଁ ସାଥୀ ଜଜ୍ ଏବଂ ଓକିଲମାନେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ରକ୍ ଷ୍ଟାର୍ ବୋଲି କହୁଥିଲେ। ତାଙ୍କର ଖଣ୍ଡପୀଠ ଦେଇଥିବା ଅନେକ ରାୟ ଦେଶର ଇତିହାସରେ ଲିପିବଦ୍ଧ ହୋଇ ରହିବ। ବିଶେଷ କରି ସାଧାରଣ ଜନତାଙ୍କ ଜୀବନରେ ସେହି ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ୍ ୱାଇ ଭି ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ସେ ସୁପ୍ରିମକୋର୍ଟର ଷୋଡ଼ଶ ପ୍ରଧାନ ବିଚାରପତି ଭାବେ ୧୯୭୮ ଫେବ୍ରୁଆରି ୨୨ରୁ ୧୯୮୫ ଜୁଲାଇ ୧୧ ଯାଏ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଂଜୀବ ଖାନ୍ନା। ସେ ନଭେମ୍ବର ୧୧ ତାରିଖରେ ଶପଥ ନେବେ।
The post ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ appeared first on .