ଅବସର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରଚୁଡ: ଏଣିକି କମିବ ଛୁଟିଦିନ ସଂଖ୍ୟା

ନୂଆଦିଲ୍ଲୀ,୮।୧୧: ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯାଇଥିବା ଦୀର୍ଘ ଗ୍ରୀଷ୍ମ ଛୁଟି ବିଷୟରେ ସବୁବେଳେ ପ୍ରଶ୍ନ ଉଠେ। ବର୍ତ୍ତମାନ ଏ ଗୁଡିକ ପରିବର୍ତ୍ତନ କରି, ଦୀର୍ଘ ଛୁଟିଗୁଡିକ ଆଂଶିକ ଛୁଟିରେ ପରିଣତ ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଛୁଟି ଦିନ ୯୦ ଦିନରୁ ଅଧିକ ହେବ ନାହିଁ, ଏଥିରେ ରବିବାର ସାମିଲ ନାହିଁ। ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏହି ନିୟମରେ ସଂଶୋଧନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି। […] The post ଅବସର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରଚୁଡ: ଏଣିକି କମିବ ଛୁଟିଦିନ ସଂଖ୍ୟା appeared first on Dharitri Odia News.

ଅବସର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରଚୁଡ: ଏଣିକି କମିବ ଛୁଟିଦିନ ସଂଖ୍ୟା

ନୂଆଦିଲ୍ଲୀ,୮।୧୧: ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯାଇଥିବା ଦୀର୍ଘ ଗ୍ରୀଷ୍ମ ଛୁଟି ବିଷୟରେ ସବୁବେଳେ ପ୍ରଶ୍ନ ଉଠେ। ବର୍ତ୍ତମାନ ଏ ଗୁଡିକ ପରିବର୍ତ୍ତନ କରି, ଦୀର୍ଘ ଛୁଟିଗୁଡିକ ଆଂଶିକ ଛୁଟିରେ ପରିଣତ ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଛୁଟି ଦିନ ୯୦ ଦିନରୁ ଅଧିକ ହେବ ନାହିଁ, ଏଥିରେ ରବିବାର ସାମିଲ ନାହିଁ। ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏହି ନିୟମରେ ସଂଶୋଧନ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭିନ୍ନ ମହଲରୁ ବିଚାରପତିମାନେ ଦୀର୍ଘ ସମୟ ଛୁଟି ନେଇଥିବା ସମାଲୋଚନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚତନ ନ୍ୟାୟଳୟ ନିୟମ, ୨୦୧୩ରେ ସଂଶୋଧନର ଏକ ଅଂଶ ଥିଲା, ଯାହା ବର୍ତ୍ତମାନ ଅଧିସୂଚିତଉଚ୍ଚତମ ନ୍ୟାୟାଳୟ (ଦ୍ୱିତୀୟ ସଂଶୋଧନ) ନିୟମ, ୨୦୨୪ରେ ନଭେମ୍ବର ୫ରେ ସୂଚିତ ହୋଇଛି।

ବିଜ୍ଞପ୍ତିରେ କୁହାଯାଇଛି, ଆଂଶିକ ଅଦାଲତର କାର୍ଯ୍ୟ ଦିବସର ଅବଧି ଏବଂ ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟାଳୟଗୁଡ଼ିକ ପାଇଁ ଛୁଟିଦିନର ସଂଖ୍ୟା କିପରି ହେବ, ତାହା ମୁଖ୍ୟ ବିଚାରପତିଙ୍କ ଦ୍ୱାରା ସ୍ଥିର ହୋଇପାରେ ଏବଂ ଅଫିସିଆଲ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇବ। ରବିବାରକୁ ବାଦ ଦେଇ ଏହା ନବେ ଦିନରୁ ଅଧିକ ହେବ ନାହିଁ।

୨୦୨୫ର କ୍ୟାଲେଣ୍ଡର ଅନୁଯାୟୀ, ଆଂଶିକ କୋର୍ଟ କାର୍ଯ୍ୟ ଦିନ ୨୬ ମଇ ୨୦୨୫ରୁ ୧୪ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଆରମ୍ଭ ହେବ।

The post ଅବସର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରଚୁଡ: ଏଣିକି କମିବ ଛୁଟିଦିନ ସଂଖ୍ୟା appeared first on Dharitri Odia News.