ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍ଷ୍ଟାଣ୍ଡ: ଶହ ଶହ ବସ୍କୁ ଅଳ୍ପ ଯାଗା
ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍ଷ୍ଟାଣ୍ଡ । ସିଟି ବସ୍ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍ଷ୍ଟାଣ୍ଡର ଆବଶ୍ୟକତା ରହିଛି ବୋଲି ସହରବାସୀ କହିଛନ୍ତି ।
୧୯୮୯ ମସିହାରେ ପୁରୁଣା ବସ୍ଷ୍ଟାଣ୍ଡରୁ ବ୍ରହ୍ମପୁରର ନୂତନ ବସ୍ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ସହରର ଜନସଂଖ୍ୟା ଓ ବସ୍ ସଂଖ୍ୟା କମ ଥିଲା । ବସଷ୍ଟାଣ୍ଡ ନିର୍ମାଣର ୩୪ ବର୍ଷ ପରେ ଜନସଂଖ୍ୟାର ବୃଦ୍ଧି ପାଇବା ସହ ଓ ବସ ସଂଖ୍ୟା ବୃଦ୍ଧି ପାଇଛି। ଯାଗା କମ ଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ବସଷ୍ଟାଣ୍ଡରେ ବସ ରହିପାରୁନଥିବା କର୍ମକର୍ତ୍ତା କହିଛନ୍ତି। ଶୀଘ୍ର ବସଷ୍ଟାଣ୍ଡର ସଂପ୍ରସାରଣ କମ୍ବା ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ସହରବାସୀ ଦାବି କରିଛନ୍ତି।
ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ଆନ୍ଧ୍ର, କୋଲକାତା, ଛତିଶଗଡ଼, ଟାଟା ଭଳି ଯାଗାରୁ ବସ ଆସୁଛି। ତେବେ ବସ ରଖିବା ଲାଗି ସ୍ଥାନ ନଥିବାରୁ ତାହକୁ ରୋଡ ସାଇଡରେ ପାର୍କିଂ କରୁଛନ୍ତି କର୍ମକର୍ତ୍ତା । ସେଭଳି ଦୂରଦୂରାନ୍ତକୁ ଯିବା ଲାଗି ଅପେକ୍ଷାରେ ଥିବା ଯାତ୍ରୀ ବହୁ ସମୟରେ ଯାତୀୟ ରାଜପଥ କଡରୁ ବସରେ ଚଢୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବସ୍ଷ୍ଟାଣ୍ଡର ଅବସ୍ଥା ନକହିବା ଭଲ। କେଉଁଠି କାନ୍ଥ ଫାଟି ଲାଣି ତ କେଉଁଠି ଫ୍ୟାନ୍ ବି ଜଙ୍ଗ ଧରିଲାଣି । ବସଷ୍ଟାଣ୍ଡ ଲାଗି ନାନା ସମସ୍ୟାରେ ଜର୍ଜରିତ ହେଉଛନ୍ତି ବ୍ରହ୍ମପୁର ବାସିନ୍ଦା । ଦେଖାଯାଉ ଏହାର ରୂପାନ୍ତିକରଣ ସହ ନୂଆ ବସଷ୍ଟାଣ୍ଡ କେବେ ନିର୍ମାଣ ହେଉଛି।