ଅବ୍ୟବସ୍ଥା ଘେରରେ ବଣାଇଁ ଉପ ଡାକଘର; କେତେବେଳେ ଲିଙ୍କ୍ ଫେଲ ତ କେତେବେଳେ କର୍ମଚାରୀ ଅଭାବ
ବଣାଇଁ: ବଣାଇଁ ସହରରେ ଅବସ୍ଥିତ ଏକ ମାତ୍ର ଉପ ଡାକଘର ଅନେକ ସମୟରେ ଅବ୍ୟବସ୍ଥା ଘେରରେ ଚାଲିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଏହା ଉପରେ ନିର୍ଭର କରୁଥିବା ଶହ ଶହ ଗ୍ରାହକ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ମାତ୍ର କର୍ମଚାରୀଙ୍କ ଦ୍ବାରା ଟଙ୍କା ଜମା ଓ ଉଠାଣ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟାନ୍ୟ ସେବା ଯୋଗାଇବାକୁ କର୍ମଚାରୀ ନାହାଁନ୍ତି, ରେଜେଷ୍ଟ୍ରି ଡାକ ହେଉ କିମ୍ବା ସ୍ପୀଡ ପୋଷ୍ଟରେ […]

ବଣାଇଁ: ବଣାଇଁ ସହରରେ ଅବସ୍ଥିତ ଏକ ମାତ୍ର ଉପ ଡାକଘର ଅନେକ ସମୟରେ ଅବ୍ୟବସ୍ଥା ଘେରରେ ଚାଲିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଏହା ଉପରେ ନିର୍ଭର କରୁଥିବା ଶହ ଶହ ଗ୍ରାହକ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ମାତ୍ର କର୍ମଚାରୀଙ୍କ ଦ୍ବାରା ଟଙ୍କା ଜମା ଓ ଉଠାଣ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟାନ୍ୟ ସେବା ଯୋଗାଇବାକୁ କର୍ମଚାରୀ ନାହାଁନ୍ତି, ରେଜେଷ୍ଟ୍ରି ଡାକ ହେଉ କିମ୍ବା ସ୍ପୀଡ ପୋଷ୍ଟରେ ଡ଼ାକ ପଠାଇବାକୁ ସେବା ଉପଲବ୍ଧ ହେଉନାହିଁ। ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏନେଇ ପଚାରିଲେ କର୍ମଚାରୀ ନାହାଁନ୍ତି ତେଣୁ ମୁଁ କ’ଣ କରିବି ବୋଲି ଅତି ହାଲୁକା ଭାବେ କଥାକୁ ଗ୍ରହଣ କରୁଛନ୍ତି। ଜଣେ ମାତ୍ର କର୍ମଚାରୀରେ ଡାକଘର ଚାଲୁଥିବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇ ନିଜର କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାହକ କିଛି ଜାଣିବାକୁ ଚାହୁଁଥିଲେ ମଧ୍ୟ ଡ଼ାକ କର୍ମଚାରୀ ମାନଙ୍କ ରୁକ୍ଷ ବ୍ୟବହାର ଜନସାଧାରଣଙ୍କୁ ବ୍ୟଥିତ କରୁଛି। କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗ୍ରାହକ ଅନେକ କଷ୍ଟ ଭୋଗିବା ସାର ହେଉଛି। ବାରମ୍ବାର ବଣାଇଁ ଉପ ଡାକଘରେ ଏତେ ଅବ୍ୟବସ୍ଥା ଚାଲିଥିବା ବେଳେ ଉପରିସ୍ଥ ଅଧିକାରୀ ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି। ତେଣୁ ମୁଖ୍ୟ ଡାକପାଳ ତୁରନ୍ତ ପଦକ୍ଷେପ ନେବାକୁ ବଣାଇଁର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।