ଅଭିଷେକଙ୍କ ସହ ଡେଟିଂ ଖବର ମଧ୍ୟରେ ନୀରବତା ଭାଙ୍ଗିଲେ ନିମ୍ରତ, କହୁ କହୁ କହିଦେଲେ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ଡେଟିଂ ଗୁଜବକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଫିଲ୍ମ ‘ଦସଭି’ରେ ସ୍କ୍ରିନ ଶେୟାର କରିଥିଲେ। କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ନିମ୍ରତଙ୍କ କାରଣରୁ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରୟଙ୍କ ବିବାହରେ ବିବାଦ ଦେଖାଦେଇଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ନିମ୍ରତ କୌର ତାଙ୍କର ଏକ ସାକ୍ଷାତକାର ପୋଷ୍ଟ ମାଧ୍ୟମରେ ଅଭିଷେକ ବଚ୍ଚନଙ୍କୁ ଡେଟ କରିବାର ଗୁଜବ ଉପରେ ନୀରବତା […] The post ଅଭିଷେକଙ୍କ ସହ ଡେଟିଂ ଖବର ମଧ୍ୟରେ ନୀରବତା ଭାଙ୍ଗିଲେ ନିମ୍ରତ, କହୁ କହୁ କହିଦେଲେ… appeared first on Dharitri Odia News.
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ରତ କୌର ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ଡେଟିଂ
ଗୁଜବକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଫିଲ୍ମ ‘ଦସଭି’ରେ ସ୍କ୍ରିନ ଶେୟାର କରିଥିଲେ। କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ନିମ୍ରତଙ୍କ କାରଣରୁ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରୟଙ୍କ ବିବାହରେ ବିବାଦ ଦେଖାଦେଇଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ନିମ୍ରତ କୌର ତାଙ୍କର ଏକ ସାକ୍ଷାତକାର ପୋଷ୍ଟ ମାଧ୍ୟମରେ ଅଭିଷେକ ବଚ୍ଚନଙ୍କୁ ଡେଟ କରିବାର ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି।
ଏକ ସାକ୍ଷାତକାରରେ ନିମ୍ରତ କହିଛନ୍ତି, ମୁଁ କିଛି ବି କରିପାରେ ଏବଂ ଲୋକମାନେ ଏବେ ବି ସେଇଆ କହିବେ ଯାହା ସେ ଚାହାଁନ୍ତି । ଏହିପରି ଗପସପ ବନ୍ଦ ହେବ ନାହିଁ ଏବଂ ମୁଁ ମୋ କାମ ଉପରେ ଧ୍ୟାନ ଦେବାକୁ ପସନ୍ଦ କରେ। ଅଭିଷେକ ବଚ୍ଚନଙ୍କ ସହ ସମ୍ପର୍କ ଥିବା ନେଇ ଅନେକ ସପ୍ତାହ ଧରି ଗୁଜବ ପ୍ରଚାରିତ ହେବା ପରେ ନିମ୍ରତଙ୍କ ଏହି ପ୍ରତିକ୍ରିୟା ଆସିଛି। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କର ଗୋପନୀୟତାକୁ ଗୁରୁତ୍ୱ ଦିଅନ୍ତି ଏବଂ ଭିତ୍ତିହୀନ କଳ୍ପନାଜଳ୍ପନାରୁ ଉପରକୁ ଉଠିବାକୁ ପସନ୍ଦ କରନ୍ତି।
The post ଅଭିଷେକଙ୍କ ସହ ଡେଟିଂ ଖବର ମଧ୍ୟରେ ନୀରବତା ଭାଙ୍ଗିଲେ ନିମ୍ରତ, କହୁ କହୁ କହିଦେଲେ… appeared first on Dharitri Odia News.