ଅମୃତସର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରେ ଫାୟାରିଂ

ଅମୃତସର,୪।୧୨: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ। ଅମୃତସରର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁରକ୍ଷାକର୍ମୀ ଭାବେ ସେବା ଯୋଗାଉଥିବା ବେଳେ ତାଙ୍କ ଉପରେ କେହି ଗୁଳି ଚଳାଇଥିଲେ। ହେଲେ ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ହଠାତ୍‌ ସ୍ବର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଥିବା ସୁଖବୀରଙ୍କ ଉପରକୁ ଚଳାଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ସେହି ବ୍ୟକ୍ତିଙ୍କୁ କାବୁ କରିଛନ୍ତି। ଗୁଳି […] The post ଅମୃତସର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରେ ଫାୟାରିଂ appeared first on Dharitri Odia News.

ଅମୃତସର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରେ ଫାୟାରିଂ

ଅମୃତସର,୪।୧୨: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ। ଅମୃତସରର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁରକ୍ଷାକର୍ମୀ ଭାବେ ସେବା ଯୋଗାଉଥିବା ବେଳେ ତାଙ୍କ ଉପରେ କେହି ଗୁଳି ଚଳାଇଥିଲେ। ହେଲେ ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଜଣେ ବ୍ୟକ୍ତି ହଠାତ୍‌ ସ୍ବର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଥିବା ସୁଖବୀରଙ୍କ ଉପରକୁ ଚଳାଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ସେହି ବ୍ୟକ୍ତିଙ୍କୁ କାବୁ କରିଛନ୍ତି। ଗୁଳି ଚାଳନା ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ରହିଥିଲେ।

ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ନାରାୟଣ ସିଂ ଚୌଡ଼ା। ସେ ଡାଲ ଖାଲସର ଜଣେ କର୍ମକର୍ତ୍ତା ବୋଲି କୁହାଯାଉଛି। ସେ ଯେତେବେଳେ ସୁଖବୀରଙ୍କୁ ଆକ୍ରମଣ କରିବା ଲାଗି ତାଙ୍କ ପ୍ୟାଣ୍ଟରୁ ପିସ୍ତଲ ବାହାର କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ପଛଆଡ଼ୁ ଧରି ପକାଇଥିଲେ। ଏଥିଯୋଗୁ ଗୁଳିଟି ଅକାଳୀ ଦଳର ନେତାଙ୍କ ସ୍ଥାନରେ ଉପରକୁ ଚାଲି ଯାଇଥିଲା।

କହିରଖୁଛୁ, ଶିଖ ଧାର୍ମିକ ନେତାମାନଙ୍କ ପକ୍ଷରୁ ‘ତନଖାହ(ଧାର୍ମିକ ଦଣ୍ଡ) ଘୋଷଣା କରିବାର ଗୋଟିଏ ଦିନ ପରେ ଶିରୋମଣି ନେତା ସୁଖବୀର ସ୍ବର୍ଣ୍ଣ ମନ୍ଦିର ବାହାରେ ‘ସେବାଦାର’ କର୍ତ୍ତବ୍ୟ ପାଳନ କରିଥିଲେ। ବୁଧବାର ସକାଳେ ସେ ପ୍ରବେଶ ଦ୍ୱାର ବାହାରେ ସେବା କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି।

 

The post ଅମୃତସର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରେ ଫାୟାରିଂ appeared first on Dharitri Odia News.