ଅରିନ୍ଦମଙ୍କୁ କେଉଁଠୁ ଟିକେଟ୍ ଦେବ ଭାଜପା ?
ଭୁବନେଶ୍ୱର,୧୫।୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭାଜପାରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଯୋଗ ଦେବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ଭାଜପା ଅରିନ୍ଦମଙ୍କୁ ନେଇ କ’ଣ ଯୋଜନା ରଖିଛି। ଅରିନ୍ଦମଙ୍କ ପ୍ରତି ଦଳର ଆଭିମୁଖ୍ୟ କ’ଣ ? ଆଗକୁ ନିର୍ବାଚନ ଆସୁଥିବାରୁ ଦଳ ତାଙ୍କୁ କେଉଁ ବଡ଼ ଦାୟିତ୍ୱ ଦେବ। କିମ୍ବା ଦଳ ତାଙ୍କୁ କେଉଁଠୁ ପ୍ରାର୍ଥୀ କରିବ ତାହାକୁ ନେଇ ସାଧାରଣ ଜନତାଙ୍କ ମନରେ […] The post ଅରିନ୍ଦମଙ୍କୁ କେଉଁଠୁ ଟିକେଟ୍ ଦେବ ଭାଜପା ? appeared first on Dharitri Odia News.
ଭୁବନେଶ୍ୱର,୧୫।୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେବାର ଘଣ୍ଟାଏ ନ ପୂରୁଣୁ ଭାଜପାରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ଯୋଗ ଦେବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ଭାଜପା ଅରିନ୍ଦମଙ୍କୁ ନେଇ କ’ଣ ଯୋଜନା ରଖିଛି। ଅରିନ୍ଦମଙ୍କ ପ୍ରତି ଦଳର ଆଭିମୁଖ୍ୟ କ’ଣ ? ଆଗକୁ ନିର୍ବାଚନ ଆସୁଥିବାରୁ ଦଳ ତାଙ୍କୁ କେଉଁ ବଡ଼ ଦାୟିତ୍ୱ ଦେବ। କିମ୍ବା ଦଳ ତାଙ୍କୁ କେଉଁଠୁ ପ୍ରାର୍ଥୀ କରିବ ତାହାକୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଏହାକୁ ନେଇ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ପୂର୍ବରୁ ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକ ଟିକେଟ ପାଇଁ ଆଶାୟୀ ରହିଥିବାବେଳେ ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଥିଲେ ରାଜ୍ୟ ସରକାର। ଦେବାଶିଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜନ୍ମଦିନ ଭେଟି ଦେଇଥିବା ସାଧାରଣରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାଏଙ୍କ ଟିକେଟ ମଧ୍ୟ ସୁନିଶ୍ଚିତ ହେବା ନେଇ କଟକରେ ଆଲୋଚନା ଜୋର୍ ଧରିଥିଲା। ଅରିନ୍ଦମ କିଛିମାସ ହେବ ଚା’ ଖଟି ଓ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ନିକଟତର ହେଉଥିବା ନଜରକୁ ମଧ୍ୟ ଆସିଥିଲା।
ଏପରି ପରିବର୍ତ୍ତନ କଟକ ରାଜନୀତିକୁ ବେଶ ସରଗରମ କରିଥିଲା। ଏ ସମ୍ପର୍କରେ ଅରିନ୍ଦମ କହିଥିଲେ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ପ୍ରଥମରୁ ମୁଁ ଆଶାୟୀ ରହିଛି। ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢିବି। ଏଥିପାଇଁ ପ୍ରସ୍ତୁତ ଅଛି। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରିଛି ବୋଲି ସେ କହିଥିବା ବେଳେ ଶୁକ୍ରବାର ଶଙ୍ଖ ଛାଡ଼ି ପଦ୍ମ ଦରିଛନ୍ତି। ଏହା ମଧ୍ୟରେ ଭାଜପା ତାଙ୍କୁ କେଉଁଠୁ ଟିକେଟ୍ ଦେବ ତାହା ଉପରେ ଜନତାଙ୍କ ନଜର ରହିଛି।
The post ଅରିନ୍ଦମଙ୍କୁ କେଉଁଠୁ ଟିକେଟ୍ ଦେବ ଭାଜପା ? appeared first on Dharitri Odia News.