ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଚୀନ ଦାବି କରିବା ପରେ କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନିଜ ଦେଶର ଅଞ୍ଚଳ ବୋଲି ଦାବି କରୁଥିବା ଚୀନକୁ କଡ଼ା ଜବାବ ଦେଇଛି ଭାରତ। ଚୀନ ସମ୍ପୂର୍ଣ୍ଣ ଅଯୁକ୍ତିକର ଦାବି କରୁଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦୀୟ ଅଙ୍ଗ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।ଚଳିତ ମାସରେ ଦୁଇଥର ଏଭଳି ଦାବି କଲାଣି ଚୀନ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିବାରୁ ଚୀନ ଏଭଳି ବୟାନ ଦେଇଛି। ଚୀନର ବୟାନରେ ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈଶ୍ୱାଲ କହିଛନ୍ତି “ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଭାରତର ଅରୁଣାଚଳ ପ୍ରଦେଶକୁ ନେଇ କରିଥିବା ଅଯୁକ୍ତିର ଦାବି ନେଇ ଆମର ଦୃଷ୍ଟି ଗୋଚର ହୋଇଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦୀୟ ଅଙ୍ଗ ଥିଲା, ଅଛି ଓ ସବୁ ବେଳେ ରହିବ।”ରଣଧୀର ଆହୁରି କହିଛନ୍ତି “ଏହି ସମ୍ପର୍କିତ ଭିତ୍ତିହୀନ ଦାବି ବାରମ୍ବାର ଦୋହରାଇଲେ ପ୍ରସଙ୍ଗକୁ କୌଣସି ମୂଲ୍ୟ ମିଳିଯାଏ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦୀୟ ଅଙ୍ଗ ଥିଲା, ଅଛି ଓ ସବୁ ବେଳେ ରହିବ। ଏହାର ଲୋକମାନେ ଆମର ବିକାଶ କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ପ୍ରକଳ୍ପରୁ ଉପକୃତ ହେଉଛନ୍ତି।”ସୂଚନା ଥାଉକି ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଦାବି କରି ଏହାକୁ ଜଙ୍ଗନାନ୍ ବୋଲି ନାମକରଣ କରିଛି। ସୋମବାର ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ଝାଙ୍ଗ ସିଆଓଙ୍ଗାଙ୍ଗ୍ କହିଛନ୍ତି ଯେ ବେଜିଂ ଭାରତ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନିଜ ଦେଶର ଅଞ୍ଚଳ ବୋଲି ଦାବି କରୁଥିବା ଚୀନକୁ କଡ଼ା ଜବାବ ଦେଇଛି ଭାରତ। ଚୀନ ସମ୍ପୂର୍ଣ୍ଣ ଅଯୁକ୍ତିକର ଦାବି କରୁଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦୀୟ ଅଙ୍ଗ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ଚଳିତ ମାସରେ ଦୁଇଥର ଏଭଳି ଦାବି କଲାଣି ଚୀନ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିବାରୁ ଚୀନ ଏଭଳି ବୟାନ ଦେଇଛି। ଚୀନର ବୟାନରେ ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈଶ୍ୱାଲ କହିଛନ୍ତି “ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଭାରତର ଅରୁଣାଚଳ ପ୍ରଦେଶକୁ ନେଇ କରିଥିବା ଅଯୁକ୍ତିର ଦାବି ନେଇ ଆମର ଦୃଷ୍ଟି ଗୋଚର ହୋଇଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦୀୟ ଅଙ୍ଗ ଥିଲା, ଅଛି ଓ ସବୁ ବେଳେ ରହିବ।”
ରଣଧୀର ଆହୁରି କହିଛନ୍ତି “ଏହି ସମ୍ପର୍କିତ ଭିତ୍ତିହୀନ ଦାବି ବାରମ୍ବାର ଦୋହରାଇଲେ ପ୍ରସଙ୍ଗକୁ କୌଣସି ମୂଲ୍ୟ ମିଳିଯାଏ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦୀୟ ଅଙ୍ଗ ଥିଲା, ଅଛି ଓ ସବୁ ବେଳେ ରହିବ। ଏହାର ଲୋକମାନେ ଆମର ବିକାଶ କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ପ୍ରକଳ୍ପରୁ ଉପକୃତ ହେଉଛନ୍ତି।”
ସୂଚନା ଥାଉକି ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଦାବି କରି ଏହାକୁ ଜଙ୍ଗନାନ୍ ବୋଲି ନାମକରଣ କରିଛି। ସୋମବାର ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ଝାଙ୍ଗ ସିଆଓଙ୍ଗାଙ୍ଗ୍ କହିଛନ୍ତି ଯେ ବେଜିଂ ଭାରତ ଦ୍ୱାରା ବେଆଇନ ଭାବେ ପ୍ରତିଷ୍ଠିତ ତଥାକଥିତ ଅରୁଣାଚଳ ପ୍ରଦେଶକୁ କଦାପି ସ୍ୱୀକାର କରେ ନାହିଁ କି ଏହାର ଦୃଢ଼ତାର ସହ ବିରୋଧ ବି କରେ ନାହିଁ।
କେବଳ ଏହି ଗୋଟିଏ ଥର ଚୀନ ଏହା ପୂର୍ବରୁ ଅନେକ ଥର ଅରୁଣାଚଳ ପ୍ରଦେଶକୁ ନିଜର ଦାବି କରି ସାରିଛି। ସବୁଥର ଭାରତ ଚୀନର ଏଭଳି ଦାବିକୁ ଖଣ୍ଡନ କରିବା ସହ ଅଯୁକ୍ତିକର ବୋଲି କହିଛି।