କୁଡିଆ ଘରେ ଚାଲିଥିଲା କ’ଣ ? ସନ୍ଦେହରେ ମାଡ ଖାଇଲେ ଦୁଇ ମହିଳା ଏବଂ ଦୁଇ ପୁରୁଷ

ଭୋଗରାଇ ୦୨।୦୫ : କୁଡ଼ିଆ ଘରେ ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଘରେ ପଶିଲେ ଗ୍ରାମବାସୀ। ଦୁଇ ଜଣ ମହିଳା ସମେତ ଦୁଇ ଯୁବକଙ୍କୁ ଧରିଲେ। ଘରୁ ଟାଣି ଆଣି ଗଛରେ ବାନ୍ଧି ନିର୍ଘାତ ପିଟିଲେ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷୀପାଟଣା ଗାଁରେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।ଖବର ଅନୁଯାୟୀ, ଲକ୍ଷୀପାଟଣା ଗାଁ ନିକଟରେ ରାସ୍ତା କଡ଼ରେ ଥିବା କୁଡ଼ିଆ ଘରେ ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରି ଆସୁଥିଲା। ଗ୍ରାମବାସୀ ମାନେ ଏଭଳି କାର୍ଯ୍ୟକୁ ବାରମ୍ବାର ବିରୋଧ କରୁଥିଲେ। ହେଲେ ଗ୍ରାମବାସୀଙ୍କୁ ଧମକ ଦେଇ ଦେହ ବ୍ୟବସାୟ ଚଳାଇ ଆସୁଥିଲେ ଯୁବକ। କିନ୍ତୁ ଆଜି ଗାଁର ମହିଳା ପୁରୁଷ ଏକାଠି ହୋଇ ଦେହ ବ୍ୟବସାୟ ଚାଲିଥିବା ସ୍ଥାନରେ ପହଞ୍ଚି ଘରର କବାଟ ଖୋଲିବା ପାଇଁ କହିଥିଲେ। କବାଟ ନ‌‌ ଖୋଲିବାରୁ କବାଟ ଭାଙ୍ଗିବା ଭିତରକୁ ପଶିଥିଲେ ଗ୍ରାମବାସୀ । ଘର ଭିତରେ ଥିବା ଦୁଇଜଣ ମହିଳା ଓ ଦୁଇ ଜଣ ଯୁବକକୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ସେପଟେ ଏହି ଖବର ପାଇ ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଦୁଇ ଜଣ ମହିଳା ଓ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଥାନାକୁ ନେବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ ।

କୁଡିଆ ଘରେ ଚାଲିଥିଲା କ’ଣ ? ସନ୍ଦେହରେ ମାଡ ଖାଇଲେ ଦୁଇ ମହିଳା ଏବଂ ଦୁଇ ପୁରୁଷ

ଭୋଗରାଇ ୦୨।୦୫ : କୁଡ଼ିଆ ଘରେ ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଘରେ ପଶିଲେ ଗ୍ରାମବାସୀ। ଦୁଇ ଜଣ ମହିଳା ସମେତ ଦୁଇ ଯୁବକଙ୍କୁ ଧରିଲେ। ଘରୁ ଟାଣି ଆଣି ଗଛରେ ବାନ୍ଧି ନିର୍ଘାତ ପିଟିଲେ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷୀପାଟଣା ଗାଁରେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।

ଖବର ଅନୁଯାୟୀ, ଲକ୍ଷୀପାଟଣା ଗାଁ ନିକଟରେ ରାସ୍ତା କଡ଼ରେ ଥିବା କୁଡ଼ିଆ ଘରେ ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରି ଆସୁଥିଲା। ଗ୍ରାମବାସୀ ମାନେ ଏଭଳି କାର୍ଯ୍ୟକୁ ବାରମ୍ବାର ବିରୋଧ କରୁଥିଲେ। ହେଲେ ଗ୍ରାମବାସୀଙ୍କୁ ଧମକ ଦେଇ ଦେହ ବ୍ୟବସାୟ ଚଳାଇ ଆସୁଥିଲେ ଯୁବକ। କିନ୍ତୁ ଆଜି ଗାଁର ମହିଳା ପୁରୁଷ ଏକାଠି ହୋଇ ଦେହ ବ୍ୟବସାୟ ଚାଲିଥିବା ସ୍ଥାନରେ ପହଞ୍ଚି ଘରର କବାଟ ଖୋଲିବା ପାଇଁ କହିଥିଲେ। କବାଟ ନ‌‌ ଖୋଲିବାରୁ କବାଟ ଭାଙ୍ଗିବା ଭିତରକୁ ପଶିଥିଲେ ଗ୍ରାମବାସୀ । ଘର ଭିତରେ ଥିବା ଦୁଇଜଣ ମହିଳା ଓ ଦୁଇ ଜଣ ଯୁବକକୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । 

ସେପଟେ ଏହି ଖବର ପାଇ ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଦୁଇ ଜଣ ମହିଳା ଓ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଥାନାକୁ ନେବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ ।