ଅରୁପାଙ୍କ ଉପରେ ଭାଜପାର ଆସ୍ଥା: ପୁନର୍ବାର ସଭାପତି…
ବରଗଡ଼, ୨୫।୧(ପ୍ରେମାନନ୍ଦ ଖମାରୀ) – ଭାଜପା ଶନିବାର ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏଥିରେ ଡା. ଅରୁପାନନ୍ଦ ସାହୁ ପୁଣି ଦଳର ବରଗଡ ଜିଲା ସଭାପତି ମନୋନୀତ ହୋଇଛନ୍ତି। ସେ ଗତ ୨୦୧୮ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦଳର ବରଗଡ ଜିଲା ସଭାପତି ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଦଳର ତତ୍କାଳୀନ ରାଜ୍ୟ ଉପସଭାପତି ତଥା ବର୍ତ୍ତମାନର ବରଗ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ଡା. ସାହୁଙ୍କ ସ୍ଥାନ ନେଇଥିଲେ । ତେବେ ୨୦୨୪ […] The post ଅରୁପାଙ୍କ ଉପରେ ଭାଜପାର ଆସ୍ଥା: ପୁନର୍ବାର ସଭାପତି… appeared first on Dharitri Odia News.
ବରଗଡ଼, ୨୫।୧(ପ୍ରେମାନନ୍ଦ ଖମାରୀ) – ଭାଜପା ଶନିବାର ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏଥିରେ ଡା. ଅରୁପାନନ୍ଦ ସାହୁ ପୁଣି ଦଳର ବରଗଡ ଜିଲା ସଭାପତି ମନୋନୀତ ହୋଇଛନ୍ତି। ସେ ଗତ ୨୦୧୮ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦଳର ବରଗଡ ଜିଲା ସଭାପତି ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଦଳର ତତ୍କାଳୀନ ରାଜ୍ୟ ଉପସଭାପତି ତଥା ବର୍ତ୍ତମାନର ବରଗ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ଡା. ସାହୁଙ୍କ ସ୍ଥାନ ନେଇଥିଲେ ।
ତେବେ ୨୦୨୪ ସାଧାରଣ ର୍ନିବାଚନ ପୂର୍ବରୁ ଦଳ ଡା. ସାହୁଙ୍କୁ ଦଳର ଜିଲା କାର୍ଯ୍ୟକାରୀ ସଭାପତି କରିଥିଲା। ଡା. ସାହୁଙ୍କ ପରିବାର ଦୀର୍ଘଦିନରୁ ଭାଜପାରେ ରହିଛନ୍ତି। ତାଙ୍କ ବାପା କୁଞ୍ଜବିହାରୀ ଦଳର ଜଣେ ପୁରୁଖା ନେତା ହୋଇଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲା ଉପସଭାପତି, କୃଷକ ମୋର୍ଚ୍ଚାର ଜିଲା ସଭାପତି ସମେତ ବିଭିନ୍ନ ପଦବୀରେ ରହିଥିଲେ। ସେହିପରି ଡା. ସାହୁ ଆରଏସଏସର ଜଣେ କାର୍ଯ୍ୟକର୍ତ୍ତା ଥିବାବେଳେ ଛାତ୍ର ଜୀବନରୁ ସେ ରାଜନୀତିକୁ ଓହ୍ଲାଇଛନ୍ତି। ସେ ସମ୍ବଲପୁର ହୋମିଓପାଥି କଲେଜ ଛାତ୍ର ସଂସଦ ସଭାପତି ମଧ୍ୟ ଥିଲେ। ଜଣେ ମିଷ୍ଟଭାଷୀ, ନିଷ୍କଳଙ୍କ ରାଜନୈତିକ ନେତାଭାବେ ଡା. ସାହୁ ବେଶ ଜଣାଶୁଣା। ଭାଜପା ପୁଣି ତାଙ୍କୁ ଦଳର ଜିଲା ସଭାପତି ମନୋନୀତ କରିଥିବା ଯୋଗୁଁ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି।
The post ଅରୁପାଙ୍କ ଉପରେ ଭାଜପାର ଆସ୍ଥା: ପୁନର୍ବାର ସଭାପତି… appeared first on Dharitri Odia News.