ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍ଜିକ୍ୟୁଟିଭ୍ କମିଟି ଅଧ୍ୟକ୍ଷ
କଟକ,୩ା୨(କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଏକ୍ଜିକ୍ୟୁଟିଭ୍ କମିଟି ଅଧ୍ୟକ୍ଷ ଭାବେ ପରିଷଦର ସଦସ୍ୟ ଆଇନଜୀବୀ ଅରୂପାନନ୍ଦ ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଶ୍ରୀ ଦାସ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି। ସେ ହେଉଛନ୍ତି ଅବସରପ୍ରାପ୍ତ ଜିଲା ଓ ସେସନ୍ସ ଜଜ୍ ସଚ୍ଚିଦାନନ୍ଦ ଦାସଙ୍କ ପୁତ୍ର। ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ପରିଷଦର ସଭାଗୃହରେ ଶନିବାର ଆୟୋଜିତ ପ୍ରଥମ ଏକ୍ଜିକ୍ୟୁଟିିଭ୍ କମିଟି ବୈଠକରେ ଏହି ମନୋନୟନ […] The post ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍ଜିକ୍ୟୁଟିଭ୍ କମିଟି ଅଧ୍ୟକ୍ଷ appeared first on Dharitri Odia News.
କଟକ,୩ା୨(କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଏକ୍ଜିକ୍ୟୁଟିଭ୍ କମିଟି ଅଧ୍ୟକ୍ଷ ଭାବେ ପରିଷଦର ସଦସ୍ୟ ଆଇନଜୀବୀ ଅରୂପାନନ୍ଦ ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଶ୍ରୀ ଦାସ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି। ସେ ହେଉଛନ୍ତି ଅବସରପ୍ରାପ୍ତ ଜିଲା ଓ ସେସନ୍ସ ଜଜ୍ ସଚ୍ଚିଦାନନ୍ଦ ଦାସଙ୍କ ପୁତ୍ର। ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ପରିଷଦର ସଭାଗୃହରେ ଶନିବାର ଆୟୋଜିତ ପ୍ରଥମ ଏକ୍ଜିକ୍ୟୁଟିିଭ୍ କମିଟି ବୈଠକରେ ଏହି ମନୋନୟନ କରାଯାଇଛି। ଏକ୍ଜିକ୍ୟୁଟିିଭ୍ କମିଟି ସଦସ୍ୟ ବିଭୂପ୍ରସାଦ ତ୍ରିପାଠୀ, ଧନଞ୍ଜୟ ମୁଣ୍ଡ, ସଞ୍ଜିତ କୁମାର ପାଣିଗ୍ରାହୀ, ତପନ କୁମାର ବିଶ୍ୱାଳଙ୍କ ସମେତ ନିମନ୍ତ୍ରିତ ସଦସ୍ୟ ଭାବେ ସୌରଚନ୍ଦ୍ର ମହାପାତ୍ର, ମାନସ କୁମାର ଚାନ୍ଦ, ଲକ୍ଷ୍ମୀନାରାୟଣ ପଟେଲ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
The post ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍ଜିକ୍ୟୁଟିଭ୍ କମିଟି ଅଧ୍ୟକ୍ଷ appeared first on Dharitri Odia News.