ଅଲିଭ ରିଡ୍ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ
ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି। କୋଷ୍ଟଗାର୍ଡ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ଯୁଗ୍ମ ସର୍ଭେ ରିପୋର୍ଟ ଅନୁସାରେ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଋ଼ଷିକୁଲ୍ୟା ମୁହାଣର ୬୧୨୬ କଇଁଛଙ୍କ ଅଣ୍ଡାଦାନ ବସାରେ ୫,୫୧ ହଜାର ୨୩୮ ଅଣ୍ଡା ଥିଲାବେଳେ ଦେବୀନଦୀ ମୁହାଣର ୬୦ ବସାରେ ୫୪୦୦ ଅଣ୍ଡା ରହିଛି। କଇଁଛଙ୍କ ସୁରକ୍ଷା ନିରାପତ୍ତା ପାଇଁ […] The post ଅଲିଭ ରିଡ୍ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ appeared first on Dharitri Odia News.
ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି। କୋଷ୍ଟଗାର୍ଡ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ଯୁଗ୍ମ ସର୍ଭେ ରିପୋର୍ଟ ଅନୁସାରେ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଋ଼ଷିକୁଲ୍ୟା ମୁହାଣର ୬୧୨୬ କଇଁଛଙ୍କ ଅଣ୍ଡାଦାନ ବସାରେ ୫,୫୧ ହଜାର ୨୩୮ ଅଣ୍ଡା ଥିଲାବେଳେ ଦେବୀନଦୀ ମୁହାଣର ୬୦ ବସାରେ ୫୪୦୦ ଅଣ୍ଡା ରହିଛି। କଇଁଛଙ୍କ ସୁରକ୍ଷା ନିରାପତ୍ତା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୨୯ଟି ପାଟ୍ରୋଲିଂ ଜାହାଜ ଜରିଆରେ ୧୩୮ଦିନ ଯାଞ୍ଚ କରାଯାଇଛି। ଏହି ସମୟ ମଧ୍ୟରେ ୧୫୦ ମାଛଧରା ବୋଟ୍ ସର୍ବେକ୍ଷଣ କରାଯାଇଥିଲା। ୧୯୯୧ରୁ ଏପରି କଟକଣା ଲାଗୁ ହୋଇଛି। ତଟରକ୍ଷକ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଅନୁସାରେ ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
The post ଅଲିଭ ରିଡ୍ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ appeared first on Dharitri Odia News.