ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପର ପ୍ରଚାର-ପ୍ରସାର ବୋଲ୍ଟ କରିବେ। ତେବେ ଏହାକୁ ନେଇ ବୋଲ୍ଟ ଆଇସିସିକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଜାମାଇକାରେ କ୍ରିକେଟ ପ୍ରତ୍ୟେକଙ୍କ ଜୀବନର ଅଂଶ, ଏହି ଖେଳ ସର୍ବଦା ମୋ’ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରଖିଛି। ଏଭଳି ସମ୍ମାନଜନକ ଟୁର୍ନାମେଣ୍ଟର ଅଂଶ ହୋଇ […] The post ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର appeared first on Dharitri Odia News.

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପର ପ୍ରଚାର-ପ୍ରସାର ବୋଲ୍ଟ କରିବେ। ତେବେ ଏହାକୁ ନେଇ ବୋଲ୍ଟ ଆଇସିସିକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଜାମାଇକାରେ କ୍ରିକେଟ ପ୍ରତ୍ୟେକଙ୍କ ଜୀବନର ଅଂଶ, ଏହି ଖେଳ ସର୍ବଦା ମୋ’ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରଖିଛି। ଏଭଳି ସମ୍ମାନଜନକ ଟୁର୍ନାମେଣ୍ଟର ଅଂଶ ହୋଇ ଗୌରବାନ୍ବିତ ମନେ କରୁଥିବା ସେ କହିଛନ୍ତି।

ବୋଲ୍ଟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଏକାଧିକ ଥର ଅଲିମ୍ପିକ ଚାମ୍ପିୟନ ହେବା ସହ ବିଶ୍ୱ ରେକର୍ଡ କରିଛନ୍ତି। ଏକଦା ଏକ ସାକ୍ଷାତକାରରେ ବୋଲ୍ଟ କହିଥିଲେ, କ୍ରିକେଟର ହେବା ତାଙ୍କର ପ୍ରଥମ ପସନ୍ଦ ଥିଲା। ସୌଭାଗ୍ୟବଶତଃ ଆଇସିସି ବିଶ୍ୱକପ୍‌ରେ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରିଛି। ତେବେ ବିଶ୍ୱକପର ପ୍ରଚାର-ପ୍ରସାର ସହ ଆସନ୍ତା ସପ୍ତାହରେ ଉନ୍ମୋଚିତ ହେବାକୁ ଥିବା ବିଶ୍ୱକପ ସଂଗୀତ ଭିଡିଓରେ ସେ ନଜର ଆସିବେ ।

The post ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର appeared first on Dharitri Odia News.