ଅଲିମ୍ପିକ୍ସରେ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ଲଭଲିନା, ଆତ୍ମବିଶ୍ୱାସ ସହ କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଲଭଲିନା ବୋରଗୋହିନ୍ (୭୫ କେଜି) ବୁଧବାର ପ୍ୟାରିସ୍ ଅଲିମ୍ପିକ୍ସରେ ବକ୍ସିଂ ପ୍ରତିଯୋଗିତାରେ ନିଜର ପ୍ରଥମ ମୁକାବିଲା ଜିତିଛନ୍ତି । ନରୱେରେ ସୁନ୍ନିଭା ହୋଫଷ୍ଟାଡ୍‌ଙ୍କୁ ୫-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଲଭଲିନା ଟୋକିଓରେ ୬୯ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଲଗାତାର ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ଏବଂ ଭାରତୀୟ ବକ୍ସିଂରେ କୀର୍ତ୍ତିମାନ ସ୍ଥାପନଠାରୁ କେବଳ ଗୋଟିଏ ବିଜୟ ଦୂରରେ ଅଛନ୍ତି । ଅଗଷ୍ଟ ୪ରେ ତାଙ୍କର ପରବର୍ତ୍ତୀ ମୁକାବିଲା ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତା ପ୍ରାପ୍ତ ଚୀନର ଲି' କିୟାନଙ୍କ ସହ ହେବ । ଏହି ମୁକାବିଲା ଜିତିବା ପରେ ଲଭଲିନାଙ୍କ ଅନ୍ତତଃ ବ୍ରୋଞ୍ଜ ପଦକ ବିଜୟ ସୁନିଶ୍ଚିତ ହୋଇଯିବ ।ଲଭଲିନା ନିଜର ପ୍ରଥମ ମୁକାବିଲାରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଦୂରତା ରଖି ଆଟାକ୍ କରୁଥିଲେ । ଅନ୍ୟପଟେ ନରୱେ ଖେଳାଳିଙ୍କୁ ତାଙ୍କୁ ଧରିବା ଉଦ୍ୟମରେ ସମୟ ବିତାଉଥିବା ନଜର ଆସିଲେ । କିନ୍ତୁ ଭରାତୀୟ ବକ୍ସର ନିଜ ଧୈର୍ଯ୍ୟ ରଖିଥିଲେ ଏବଂ ସଠିକ୍ ପଞ୍ଚ୍ ମାରି ନିଜ ନାଁରେ ଅଙ୍କ ଯୋଡ଼ି ଥିଲେ । ଏହା ପୂର୍ବରୁ ଜୁଲାଇ ୩୦ରେ ଅଭିଜ୍ଞ ବକ୍ସର ଅମିତ୍ ପଙ୍ଘାଲ ବକ୍ସିଂରେ ୫୧ କିଲୋ ବର୍ଗରେ ଏବଂ ପଦାର୍ପଣ କରିଥିବା ମହିଳା ବକ୍ସର ଜ୍ୟାସମିନ୍ ଲମ୍ୱୋରିଆ ୫୭ ବର୍ଗରେ ପରାଜିତ ହୋଇ ବାହାର ହୋଇଥିଲେ ।  

ଅଲିମ୍ପିକ୍ସରେ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ଲଭଲିନା, ଆତ୍ମବିଶ୍ୱାସ ସହ କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଲଭଲିନା ବୋରଗୋହିନ୍ (୭୫ କେଜି) ବୁଧବାର ପ୍ୟାରିସ୍ ଅଲିମ୍ପିକ୍ସରେ ବକ୍ସିଂ ପ୍ରତିଯୋଗିତାରେ ନିଜର ପ୍ରଥମ ମୁକାବିଲା ଜିତିଛନ୍ତି । ନରୱେରେ ସୁନ୍ନିଭା ହୋଫଷ୍ଟାଡ୍‌ଙ୍କୁ ୫-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଲଭଲିନା ଟୋକିଓରେ ୬୯ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଲଗାତାର ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ଏବଂ ଭାରତୀୟ ବକ୍ସିଂରେ କୀର୍ତ୍ତିମାନ ସ୍ଥାପନଠାରୁ କେବଳ ଗୋଟିଏ ବିଜୟ ଦୂରରେ ଅଛନ୍ତି । ଅଗଷ୍ଟ ୪ରେ ତାଙ୍କର ପରବର୍ତ୍ତୀ ମୁକାବିଲା ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତା ପ୍ରାପ୍ତ ଚୀନର ଲି' କିୟାନଙ୍କ ସହ ହେବ । ଏହି ମୁକାବିଲା ଜିତିବା ପରେ ଲଭଲିନାଙ୍କ ଅନ୍ତତଃ ବ୍ରୋଞ୍ଜ ପଦକ ବିଜୟ ସୁନିଶ୍ଚିତ ହୋଇଯିବ ।

ଲଭଲିନା ନିଜର ପ୍ରଥମ ମୁକାବିଲାରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଦୂରତା ରଖି ଆଟାକ୍ କରୁଥିଲେ । ଅନ୍ୟପଟେ ନରୱେ ଖେଳାଳିଙ୍କୁ ତାଙ୍କୁ ଧରିବା ଉଦ୍ୟମରେ ସମୟ ବିତାଉଥିବା ନଜର ଆସିଲେ । କିନ୍ତୁ ଭରାତୀୟ ବକ୍ସର ନିଜ ଧୈର୍ଯ୍ୟ ରଖିଥିଲେ ଏବଂ ସଠିକ୍ ପଞ୍ଚ୍ ମାରି ନିଜ ନାଁରେ ଅଙ୍କ ଯୋଡ଼ି ଥିଲେ । ଏହା ପୂର୍ବରୁ ଜୁଲାଇ ୩୦ରେ ଅଭିଜ୍ଞ ବକ୍ସର ଅମିତ୍ ପଙ୍ଘାଲ ବକ୍ସିଂରେ ୫୧ କିଲୋ ବର୍ଗରେ ଏବଂ ପଦାର୍ପଣ କରିଥିବା ମହିଳା ବକ୍ସର ଜ୍ୟାସମିନ୍ ଲମ୍ୱୋରିଆ ୫୭ ବର୍ଗରେ ପରାଜିତ ହୋଇ ବାହାର ହୋଇଥିଲେ ।