ଅଷ୍ଟମ ବର୍ଷରେ ବିଶ୍ୱନାଥପୁର ଧନୁଯାତ୍ରା : କଂସର ରାଜୁତିରେ ଥରହର ହେବ ମଥୁରାନଗରୀ

କଳାହାଣ୍ଡି,୨୩/୦୧-ସ୍ୱର୍ଗ, ମର୍ତ୍ତ୍ୟ ପାତାଳ କମ୍ପିବ। ମେଦିନୀ ଥରହର ହେବ। ଦେବ,ଦାନବ, ମାନବ ତ୍ରାହି ତ୍ରାହି ଡାକ ଛାଡିବେ। ଘଡଘଡି ଭଳି ଅଟ୍ଟହାସ୍ୟ, ରାଜକୀୟ ଥାଟବାଟ, ଦରବାର, ପାତ୍ରମନ୍ତ୍ରୀ, ସୈନିକ, ରଙ୍ଗସଭାର ଝଲମଲ ଶୋଭା ଆଦିି ବିରାଜିବ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ। କାରଣ ଆଜିଠୁ ବିଶ୍ୱନାଥପୁର ପାଲଟିବ ମଥୁରାନଗରୀ। ମଥୁରାରେ ରାଜୁତି କରିବେ ପ୍ରବଳ ପ୍ରତାପୀ, ତ୍ରିପୁର ବିଜୟୀ ମହାରାଜ କଂସାସୁର। ଶ୍ରୀକୃଷ୍ଣଙ୍କ ଦ୍ୱାପର ଯୁଗର ସେଇ ଅଲୌକିକ ଲୀଳାର ନାଟ୍ୟ ରୂପାନ୍ତର ହେବ […] The post ଅଷ୍ଟମ ବର୍ଷରେ ବିଶ୍ୱନାଥପୁର ଧନୁଯାତ୍ରା : କଂସର ରାଜୁତିରେ ଥରହର ହେବ ମଥୁରାନଗରୀ appeared first on Odisha.News.

ଅଷ୍ଟମ ବର୍ଷରେ ବିଶ୍ୱନାଥପୁର ଧନୁଯାତ୍ରା : କଂସର ରାଜୁତିରେ ଥରହର ହେବ ମଥୁରାନଗରୀ

କଳାହାଣ୍ଡି,୨୩/୦୧-ସ୍ୱର୍ଗ, ମର୍ତ୍ତ୍ୟ ପାତାଳ କମ୍ପିବ। ମେଦିନୀ ଥରହର ହେବ। ଦେବ,ଦାନବ, ମାନବ ତ୍ରାହି ତ୍ରାହି ଡାକ ଛାଡିବେ। ଘଡଘଡି ଭଳି ଅଟ୍ଟହାସ୍ୟ, ରାଜକୀୟ ଥାଟବାଟ, ଦରବାର, ପାତ୍ରମନ୍ତ୍ରୀ, ସୈନିକ, ରଙ୍ଗସଭାର ଝଲମଲ ଶୋଭା ଆଦିି ବିରାଜିବ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ। କାରଣ ଆଜିଠୁ ବିଶ୍ୱନାଥପୁର ପାଲଟିବ ମଥୁରାନଗରୀ। ମଥୁରାରେ ରାଜୁତି କରିବେ ପ୍ରବଳ ପ୍ରତାପୀ, ତ୍ରିପୁର ବିଜୟୀ ମହାରାଜ କଂସାସୁର। ଶ୍ରୀକୃଷ୍ଣଙ୍କ ଦ୍ୱାପର ଯୁଗର ସେଇ ଅଲୌକିକ ଲୀଳାର ନାଟ୍ୟ ରୂପାନ୍ତର ହେବ ବିଶ୍ୱନାଥପୁର ଧନୁଯାତ୍ରା ପଡିଆରେ। ବିଶ୍ୱନାଥପୁରର ପ୍ରତିଟି ବାସିନ୍ଦା ଏବେ ପାଲଟିଯିବେ ଜଣେ ଜଣେ ଅଭିନେତା, ଅଭିନେତ୍ରୀ। ମହାରାଜ କଂସଙ୍କ ମଥୁରାନଗରୀର ପ୍ରଜା । ସେହିପରି ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ କଂସାସୁର ବଧ ପର୍ଯ୍ୟନ୍ତ ନଅଦିନ ବ୍ୟାପି ହେବାକୁ ଥିବା ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ ଏଥର ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବାବେଳେ ଏହାକୁ ନେଇ ଲାଞ୍ଜିଗଡ ବ୍ଲକ ସମେତ କଳାହାଣ୍ଡି ଓ ସୀମାନ୍ତ ରାୟଗଡା ଜିଲ୍ଲାରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ମହାରାଜ କଂସ ଭୂମିକାରେ ସୁପ୍ରସିଦ୍ଧ ଅଭିନେତା ଆର୍ତ୍ତତ୍ରାଣ ସୁନାନୀ ନିଜ ଅଭିନୟର ପରକାଷ୍ଠା ପ୍ରଦର୍ଶନ କରିବେ। ସେହିପରି ମନ୍ତ୍ରୀ ଭାବେ ଅଭିନୟ କରିବେ ଧନେଶ୍ୱର ବାଗ। ଏହାବ୍ୟତୀତ କଂସ ଦରବାରରେ ସ୍ୱତନ୍ତ୍ର ଭାବେ କଳାକାରମାନେ ନିଜ ଅଭିନୟର ଯାଦୁ ଦେଖାଇବେ। ଜାନୁୟାରୀ ୨୪ରୁ ଫେବୃୟାରୀ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ଲକ୍ଷାଧିକ କଳାପ୍ରେମୀ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ଥିବାବେଳେ ଧନୁଯାତ୍ରା ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର, ଅପେରା ଭଳି ପଦକ୍ଷେପ ନିଆଯାଇଥିବାବେଳେ ମହାରାଜ କଂସଙ୍କ ଦରବାରରେ ବହୁବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

The post ଅଷ୍ଟମ ବର୍ଷରେ ବିଶ୍ୱନାଥପୁର ଧନୁଯାତ୍ରା : କଂସର ରାଜୁତିରେ ଥରହର ହେବ ମଥୁରାନଗରୀ appeared first on Odisha.News.