ଅଷ୍ଟାଦଶ ଲୋକସଭାରେ ସାଂସଦଙ୍କ ଶପଥ ଗ୍ରହଣ; ପ୍ରଥମେ ଶପଥ ନେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ । ଜୁନ୍ ୨୪ ତାରିଖରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏହି ସ୍ବତନ୍ତ୍ର ଅଧିବେଶନର ୧୦ ଦିନରେ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ ଲୋକସଭାରେ କାମଚଳା ବାଚସ୍ପତି ଶପଥ ନେବା ପରେ ନିର୍ବାଚିତ ସାଂସଦ ମାନେ ଶପଥ ପାଠ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି । ପ୍ରୋଟେମ୍ ସ୍ପିକର ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି ।କାମଚଳା ବାଚସ୍ପତି ଏହା ପରେ ରାଧା ମୋହନ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଶପଥ ଦେଇଛନ୍ତି । ଏହା ସହିତ ଫଗନ ସିଂହ କୁଲସ୍ତେ, ଗୃହମନ୍ତ୍ରୀ ଅମିଥ୍ ଶାହ ସାଂସଦ ଭାବେ ଲୋକସଭାରେ ଶପଥ ନେଇଛନ୍ତି । ଆଜି ଏବଂ ଆସନ୍ତାକାଲି ଲୋକସଭାର ସମସ୍ତ ସାଂସଦ ଶପଥ ନେବେ । ଜୁନ୍ ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶବାସୀ ତୃତୀୟ ଥର ପାଇଁ ବିଜେପି ସରକାର ଉପରେ ଭରସା କରିଛନ୍ତି । ଏହାର ଅର୍ଥ, ସରକାରଙ୍କ ନୀତି ଓ ନୈତିକତାକୁ ଲୋକେ ମଞ୍ଜୁର ପ୍ରଦାନ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟାଦଶ ଲୋକସଭା ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସରିଥିବାରୁ ୧୪୦ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ । ଜୁନ୍ ୨୪ ତାରିଖରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏହି ସ୍ବତନ୍ତ୍ର ଅଧିବେଶନର ୧୦ ଦିନରେ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ ଲୋକସଭାରେ କାମଚଳା ବାଚସ୍ପତି ଶପଥ ନେବା ପରେ ନିର୍ବାଚିତ ସାଂସଦ ମାନେ ଶପଥ ପାଠ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି । ପ୍ରୋଟେମ୍ ସ୍ପିକର ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି ।
କାମଚଳା ବାଚସ୍ପତି ଏହା ପରେ ରାଧା ମୋହନ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଶପଥ ଦେଇଛନ୍ତି । ଏହା ସହିତ ଫଗନ ସିଂହ କୁଲସ୍ତେ, ଗୃହମନ୍ତ୍ରୀ ଅମିଥ୍ ଶାହ ସାଂସଦ ଭାବେ ଲୋକସଭାରେ ଶପଥ ନେଇଛନ୍ତି । ଆଜି ଏବଂ ଆସନ୍ତାକାଲି ଲୋକସଭାର ସମସ୍ତ ସାଂସଦ ଶପଥ ନେବେ । ଜୁନ୍ ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ ।
ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶବାସୀ ତୃତୀୟ ଥର ପାଇଁ ବିଜେପି ସରକାର ଉପରେ ଭରସା କରିଛନ୍ତି । ଏହାର ଅର୍ଥ, ସରକାରଙ୍କ ନୀତି ଓ ନୈତିକତାକୁ ଲୋକେ ମଞ୍ଜୁର ପ୍ରଦାନ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟାଦଶ ଲୋକସଭା ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସରିଥିବାରୁ ୧୪୦ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।