କୋଚିଂ କ୍ଲାସ୍ରେ ଛାତ୍ରଙ୍କୁ ହୃଦ୍ଘାତ
ଇନ୍ଦୋର,୧୮।୧: ମଧ୍ୟପ୍ରଦେଶର ଇନ୍ଦୋରରେ ବୁଧବାର ସନ୍ଧ୍ୟାରେ ଏକ କୋଚିଂ କ୍ଲାସ୍ ଚାଲିଥିବାବେଳେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ର ହୃଦ୍ଘାତରେ ଟଳିପଡ଼ି ପ୍ରାଣ ହରାଇଛନ୍ତି। ଇନ୍ଦୋର ଭନଓ୍ବରକୁଆଁ ଅଞ୍ଚଳର ମାଧବ ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଶ୍ରେଣୀଗୃହରେ ବସିଥିବାବେଳେ ସେ ଛାତିରେ ଯନ୍ତ୍ରଣା ହେବାରୁ ଡେସ୍କରେ ହାମୁଡ଼େଇ ରହିଥିବା ଦେଖି ତାଙ୍କ ପାଖ ପିଲା ଉଠାଇବାକୁ ଚେଷ୍ଟା କରିଥିଲେ। ସେ ନ ଉଠିବାରୁ ସହପାଠୀ ଜଣଙ୍କ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। […] The post କୋଚିଂ କ୍ଲାସ୍ରେ ଛାତ୍ରଙ୍କୁ ହୃଦ୍ଘାତ appeared first on Dharitri Odia News.
ଇନ୍ଦୋର,୧୮।୧: ମଧ୍ୟପ୍ରଦେଶର ଇନ୍ଦୋରରେ ବୁଧବାର ସନ୍ଧ୍ୟାରେ ଏକ କୋଚିଂ କ୍ଲାସ୍ ଚାଲିଥିବାବେଳେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ର ହୃଦ୍ଘାତରେ ଟଳିପଡ଼ି ପ୍ରାଣ ହରାଇଛନ୍ତି। ଇନ୍ଦୋର ଭନଓ୍ବରକୁଆଁ ଅଞ୍ଚଳର ମାଧବ ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଶ୍ରେଣୀଗୃହରେ ବସିଥିବାବେଳେ ସେ ଛାତିରେ ଯନ୍ତ୍ରଣା ହେବାରୁ ଡେସ୍କରେ ହାମୁଡ଼େଇ ରହିଥିବା ଦେଖି ତାଙ୍କ ପାଖ ପିଲା ଉଠାଇବାକୁ ଚେଷ୍ଟା କରିଥିଲେ। ସେ ନ ଉଠିବାରୁ ସହପାଠୀ ଜଣଙ୍କ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛି ସମୟ ପରେ ମାଧବ ତଳେ ପଡ଼ିଯାଇଥିଲେ। ଏହି ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସଙ୍ଗେ ସଙ୍ଗେ ମାଧବଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।
The post କୋଚିଂ କ୍ଲାସ୍ରେ ଛାତ୍ରଙ୍କୁ ହୃଦ୍ଘାତ appeared first on Dharitri Odia News.