ବଲିଉଡ ବାଦ୍ଶାହଙ୍କ ସାମ୍ରାଜ୍ୟ: ଶାହରୁଖ ଖାନଙ୍କ ଚଳ ଓ ଅଚଳ ସମ୍ପତ୍ତି ବିଷୟରେ ଜାଣନ୍ତୁ
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ଆଜି(ନଭେମ୍ବର ୨) ୫୯ ବର୍ଷ ବୟସରେ ପାଦ ରଖିଛନ୍ତି। ଶାହରୁଖ କେବଳ ଯେ ଜଣେ ସୁପର ଷ୍ଟାର ତା’ ନୁହେଁ ବିଶ୍ୱରେ ସେ ଜଣେ ଧନୀ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା। ବଲିଉଡର ଶେଷ ସୁପଷ୍ଟାର୍ ବୋଲି କୁହାଯାଉଥିବା ଶାହରୁଖ ଖାନ୍ ବକ୍ସ ଅଫିସ୍ରେ କମାଲ କରିବା ସହିତ ଧୀରେ ଧୀରେ ଏକ ବ୍ୟବସାୟିକ ସାମ୍ରାଜ୍ୟ ମଧ୍ୟ ଗଢ଼ିଛନ୍ତି। ବିଳାଶପୂର୍ଣ୍ଣ କାର୍ ରାଜବାଟି ଭଳି ୨୦୦ କୋଟିର ଆଖି ଜଲସିଲା ଭଳି ଘର, ଥାଟବାଟ ସବୁ ଷ୍ଟାର୍ ଭଳି। ବଲିଉଡ୍ ବାଦ୍ଶାହଙ୍କ ସିନେମା ସଫଳତା ବିଷୟରେ ତ ଅନେକ ଶୁଣିଛେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବିଷୟରେ ଜାଣିବା। ହୁରୁନ ଇଣ୍ଡିଆ ୨୦୨୪ ରିପୋର୍ଟ ଅନୁସାରେ, ଶାହରୁଖ ଖାନ୍ଙ୍କ ମୋଟ ସମ୍ପତ୍ତି ୭,୩୦୦ କୋଟି ଟଙ୍କା। ତାଙ୍କ ସମ୍ପତ୍ତିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ବିଶେଷ କରି ଆଇପିଏଲ୍ ଟିମ୍ କୋଲକାତା ନାଇଟ ରାଇଡର୍ସରେ ପୁଞ୍ଜିନ ନିବେଶ ପରେ ତାଙ୍କ ସମ୍ପତ୍ତି ବଢିଛି। ଫଳରେ ଭାରତୀୟ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ଶାହରୁଖ ଖାନ୍ ନମ୍ବର ୱାନ୍ ଧନୀ ହୋଇଛନ୍ତି। ଶାହରୁଖ କେବଳ କ୍ରିକେଟରେ ନୁହେଁ, ସିନେମା ପ୍ରଡକ୍ସନରେ ମଧ୍ୟ ପୁଞ୍ଜି ଖଟାନ୍ତି। ରେଡ୍ ଚିଲି ନାମରେ ତାଙ୍କର ଏକ ପ୍ରଯୋଜନା ସଂସ୍ଥା ମଧ୍ୟ ରହିଛି। ୨୦୦୨ ମସିହାରେ ରେଡ୍ ଚିଲିର ସ୍ଥାପନା ହୋଇଥିବା ବେଳେ ଏହି ପ୍ରଯୋଜନା ସଂସ୍ଥା ଏକାଧିକ ହିଟ୍ ସିନେମା ଦେଇଛି। ରେଡ୍
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ଆଜି(ନଭେମ୍ବର ୨) ୫୯ ବର୍ଷ ବୟସରେ ପାଦ ରଖିଛନ୍ତି। ଶାହରୁଖ କେବଳ ଯେ ଜଣେ ସୁପର ଷ୍ଟାର ତା’ ନୁହେଁ ବିଶ୍ୱରେ ସେ ଜଣେ ଧନୀ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା। ବଲିଉଡର ଶେଷ ସୁପଷ୍ଟାର୍ ବୋଲି କୁହାଯାଉଥିବା ଶାହରୁଖ ଖାନ୍ ବକ୍ସ ଅଫିସ୍ରେ କମାଲ କରିବା ସହିତ ଧୀରେ ଧୀରେ ଏକ ବ୍ୟବସାୟିକ ସାମ୍ରାଜ୍ୟ ମଧ୍ୟ ଗଢ଼ିଛନ୍ତି। ବିଳାଶପୂର୍ଣ୍ଣ କାର୍ ରାଜବାଟି ଭଳି ୨୦୦ କୋଟିର ଆଖି ଜଲସିଲା ଭଳି ଘର, ଥାଟବାଟ ସବୁ ଷ୍ଟାର୍ ଭଳି। ବଲିଉଡ୍ ବାଦ୍ଶାହଙ୍କ ସିନେମା ସଫଳତା ବିଷୟରେ ତ ଅନେକ ଶୁଣିଛେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବିଷୟରେ ଜାଣିବା।
ହୁରୁନ ଇଣ୍ଡିଆ ୨୦୨୪ ରିପୋର୍ଟ ଅନୁସାରେ, ଶାହରୁଖ ଖାନ୍ଙ୍କ ମୋଟ ସମ୍ପତ୍ତି ୭,୩୦୦ କୋଟି ଟଙ୍କା। ତାଙ୍କ ସମ୍ପତ୍ତିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ବିଶେଷ କରି ଆଇପିଏଲ୍ ଟିମ୍ କୋଲକାତା ନାଇଟ ରାଇଡର୍ସରେ ପୁଞ୍ଜିନ ନିବେଶ ପରେ ତାଙ୍କ ସମ୍ପତ୍ତି ବଢିଛି। ଫଳରେ ଭାରତୀୟ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ଶାହରୁଖ ଖାନ୍ ନମ୍ବର ୱାନ୍ ଧନୀ ହୋଇଛନ୍ତି।
ଶାହରୁଖ କେବଳ କ୍ରିକେଟରେ ନୁହେଁ, ସିନେମା ପ୍ରଡକ୍ସନରେ ମଧ୍ୟ ପୁଞ୍ଜି ଖଟାନ୍ତି। ରେଡ୍ ଚିଲି ନାମରେ ତାଙ୍କର ଏକ ପ୍ରଯୋଜନା ସଂସ୍ଥା ମଧ୍ୟ ରହିଛି। ୨୦୦୨ ମସିହାରେ ରେଡ୍ ଚିଲିର ସ୍ଥାପନା ହୋଇଥିବା ବେଳେ ଏହି ପ୍ରଯୋଜନା ସଂସ୍ଥା ଏକାଧିକ ହିଟ୍ ସିନେମା ଦେଇଛି। ରେଡ୍ ଚିଲି ପ୍ରଡକ୍ସନ କମ୍ପାନୀରେ ୫୦୦ କର୍ମଚାରୀ କାମ କରୁଛନ୍ତି।
ଶାହରୁଖ କାନ୍ଙ୍କ ସମ୍ପତ୍ତି
ବିଶ୍ୱରେ ଶାହରୁଖ ଖାନ୍ଙ୍କର ବହୁ ମୁଲ୍ୟର ଅଚଳ ସମ୍ପତ୍ତି ମଧ୍ୟ ରହିଛି। ବିଶେଷ କରି ରାଜମହଲ ପରି ତାଙ୍କ ଘରର ଲୋକପ୍ରିୟତା ଅନେକ ରହିଛି। ୨୦୦ କୋଟି ଟଙ୍କାରେ ତିଆରି ଶାହରୁଖଙ୍କ ଘର ମନ୍ନତ କେଉଁ ସାଂସ୍କୃତିକ କେନ୍ଦ୍ର ଠାରୁ ବି କମ ନୁହେଁ। ଏହି ଘରେ ପର୍ସନାଲ ଥିଏଟର, ସୁଇମିଂ ପୁଲ, ଜିମ ସେଣ୍ଟର ଆଦି ଅନେକ ସୁବିଧା ରହିଛି। ଏହା ବାଦ ଶାହରୁଖ ଖାନ୍ଙ୍କ ପାଖରେ ଲଣ୍ଡନର ପାର୍କ ଲେନ ଏରିଆରେ ଏକ ବିଳଶପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି, ଯେଉଁଠି ସେ ଛୁଟି ବିତାଇବାକୁ ଯାଆନ୍ତି। ଆମେପିରାପ ବର୍ଲି ହିଲ୍ସରେ ଏକ ବଙ୍ଗଳା, ଦିଲ୍ଲୀରେ ସମ୍ପତ୍ତି, ଅଲିବାଗର ଏକ ଫାର୍ମ ହାଉସ ଏବଂ ଦୁବାଇରେ ମଧ୍ୟ ତାଙ୍କ ଘର ରହିଛି।
ଶାହରୁଖ ଖାନ୍ଙ୍କ ପାଖରେ ଏକାଧିକ ଦାମି କାର୍ ବି ରହିଛି। ତାଙ୍କ ପାଖରେ ବିଏମ୍ଡବ୍ଲୁ, ରୋଲ୍ସ ରୟସ, ମର୍ସିଡିଜ୍ ବେଞ୍ଜ, ଅଡି, ବୁଗାଟି ଏବଂ ରେଞ୍ଜ ରୋଭର ବ୍ରାଣ୍ଡର ଗାଡ଼ି ରହିଛି। ତେବେ ତାଙ୍କ କାର୍ କଲେକ୍ସନ ଭିତରେ ୧୨ କୋଟି ଟଙ୍କା ମୂଲ୍ୟର ବୁଗାଟ୍ଟି ଭେୟରନ ବେଶି ଚର୍ଚ୍ଚାରେ ରହିଥାଏ। ସେହିପରି ୯.୫ କୋଟି ଟଙ୍କାର ରୋଲ୍ସ ରୟସ ଫେଣ୍ଟମ, ଏବଂ ୩.୨୯ କୋଟି ଟଙ୍କାର ବେଣ୍ଟଲେ କଣ୍ଟିନେଣ୍ଟାଲ ଜିଟି ଆଦି କାର୍ ରହିଛି।