ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍‌

ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ୍‌ରେ ଜାରି ରହିଥିବା ଅଲିମ୍ପିକ୍ସର ୧୨ତମ ଦିନର ଖେଳ ସରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ୩ଟି ବ୍ରୋଞ୍ଜ ମୋଡାଲ୍‌ ମିଳିଛି । ଏହା କେବଳ ସୁଟିଂ ଇଭେଣ୍ଟରୁ ଆସିଛି । ସମସ୍ତ ଭାରତୀୟ ପ୍ରଶଂସକ ଆଶା କରିଥିଲେ ଯେ ଭିନେଶ ଫୋଗେଟ ସ଼୍ବର୍ଣ୍ଣ ପଦକ ଜିତିବାରେ ସଫଳ ହେବେ। କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ମାରାବାଇ ଚାନୁ ମଧ୍ୟ […] The post ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍‌ appeared first on Dharitri Odia News.

ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍‌

ନୂଆଦିଲ୍ଲୀ, ୦୮।୦୮: ପ୍ୟାରିସ୍‌ରେ ଜାରି ରହିଥିବା ଅଲିମ୍ପିକ୍ସର ୧୨ତମ ଦିନର ଖେଳ ସରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ୩ଟି ବ୍ରୋଞ୍ଜ ମୋଡାଲ୍‌ ମିଳିଛି । ଏହା କେବଳ ସୁଟିଂ ଇଭେଣ୍ଟରୁ ଆସିଛି । ସମସ୍ତ ଭାରତୀୟ ପ୍ରଶଂସକ ଆଶା କରିଥିଲେ ଯେ ଭିନେଶ ଫୋଗେଟ ସ଼୍ବର୍ଣ୍ଣ ପଦକ ଜିତିବାରେ ସଫଳ ହେବେ। କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ମାରାବାଇ ଚାନୁ ମଧ୍ୟ ଭାରୋତ୍ତୋଳନ ଇଭେଣ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଫଳରେ ଆଉ ଗୋଟିଏ ପଦକ ଆଶା ମଉଳି ଯାଇଛି ।

ପ୍ୟାରିସ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ସହିତ ଭାରତୀୟ ହକି ଦଳ ଅଷ୍ଟ୍ରେଲିଆକୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲା । କିନ୍ତୁ ସେମିଫାଇନାଲ ମ୍ୟାଚରେ ଜର୍ମାନ ଦଳ ନିକଟରୁ ୩-୨ ବ୍ୟବଧାନରେ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ଭାରତବାସୀ ହକି ଦଳଠାରୁ ଆଶା କରୁଛନ୍ତି ଯେ ଅନ୍ତତଃ ପକ୍ଷେ ଦଳ ବ୍ରୋଞ୍ଜ ପଦକ ଜିତିବ । ଆଜି ଦଳ ସ୍ପେନ ସହିତ ମୁହାଁମୁହିଁ ହେବ। ଏହା ବ୍ୟତୀତ ଅମାନ ସେହରାୱତ ଏବଂ ଅନୁସୁ ମଲିକ ମଧ୍ୟ କୁସ୍ତିରେ ନଜର ଆସିବେ। ନୀରଜ ଚୋପ୍ରାଙ୍କ ପଦକ ଇଭେଣ୍ଟ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ତେବେ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତର କାର୍ଯ୍ୟସୂଚୀ ହେଉଛି-
ମହିଳା ଗଲ୍ଫ ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ ରାଉଣ୍ଡ ୨ – ଆଦିତ୍ୟ ଅଶୋକ ଏବଂ ଦିଶା ଦାଗର -୧୨.୩୦
ଆଥଲେଟିକ୍ସରେ ମହିଳା ୧୦୦ ମିଟର ହର୍ଡଲ୍ସ ରିପେଚେଜ ରାଉଣ୍ଡ – ଜ୍ୟୋତି ୟାରାଜୀ – ୨.୦୫
ରେସଲିଂରେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ୧୬ ରାଉଣ୍ଡ – ଅମାନ ସେହରାୱାତ ବନାମ ଭ୍ଲାଡିମିର ଏଗୋରୋଭ – ଅପରାହ୍ନ ୨.୩୦
ରେସଲିଂରେ ମହିଳା ୫୭ କିଲୋଗ୍ରାମ ବର୍ଗରେ ରାଉଣ୍ଡ ୧୬ – ଅନୁସୁ ମଲିକ ବନାମ ହେଲେନ ମାରୋଲିସ – ଅପରାହ୍ନ ୨.୩୦
ହକି ବ୍ରୋଞ୍ଜ ପଦକ ମ୍ୟାଚ – ଭାରତ ବନାମ ସ୍ପେନ – ୫.୩୦
ଜାଭେଲିନ ଥ୍ରୋ ପଦକ ଇଭେଣ୍ଟ ପୁରୁଷ – ନୀରଜ ଚୋପ୍ରା – ରାତି ୧୧.୫୫

The post ଆଜି ଚମକିବ ଭାରତ, ଅଲିମ୍ପିକ୍ସ ମୈଦାନରେ ଲଢ଼ିବେ ଏହି କ୍ରୀଡ଼ା ଷ୍ଟାର୍‌ appeared first on Dharitri Odia News.