ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଘଟଣା, ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର
କାନବେରା,୭।୨: ଅଷ୍ଟ୍ରେଲିଆ ସଂସଦରେ ବିରଳ ଘଟଣା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ସିନେଟର ଭଗବଦ୍ ଗୀତା ଛୁଇଁ ଶପଥ ଗ୍ରହଣ କରିଛନ୍ତି। ସେ ହେଲେ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ବରୁଣ ଘୋଷ। ସେ ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ଗୀତା ଛୁଇଁ ଶପଥ ନେଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆର ବରୁଣ ଘୋଷଙ୍କୁ ନୂଆ ସିନେଟର ଭାବେ ନିଯୁକ୍ତ କରାଯାଇଛି। ଏଥିସହ ବିଧାନ ପରିଷଦ ତାଙ୍କୁ ସଂଘୀୟ ସଂସଦର ସିନେଟରେ ଅଷ୍ଟ୍ରେଲିୟା ରାଜ୍ୟ ପ୍ରତିନିଧିତ୍ୱ କରିବାକୁ […] The post ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଘଟଣା, ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର appeared first on Dharitri Odia News.
କାନବେରା,୭।୨: ଅଷ୍ଟ୍ରେଲିଆ ସଂସଦରେ ବିରଳ ଘଟଣା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ସିନେଟର ଭଗବଦ୍ ଗୀତା ଛୁଇଁ ଶପଥ ଗ୍ରହଣ କରିଛନ୍ତି। ସେ ହେଲେ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ବରୁଣ ଘୋଷ। ସେ ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ଗୀତା ଛୁଇଁ ଶପଥ ନେଇଛନ୍ତି।
ପଶ୍ଚିମ ଅଷ୍ଟ୍ରେଲିଆର ବରୁଣ ଘୋଷଙ୍କୁ ନୂଆ ସିନେଟର ଭାବେ ନିଯୁକ୍ତ କରାଯାଇଛି। ଏଥିସହ ବିଧାନ ପରିଷଦ ତାଙ୍କୁ ସଂଘୀୟ ସଂସଦର ସିନେଟରେ ଅଷ୍ଟ୍ରେଲିୟା ରାଜ୍ୟ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛି। ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ , ବରୁଣ ଘୋଷଙ୍କୁ ସ୍ବାଗତ କରି ସୋସିଆଲ ମିଡିଆ ଏକ୍ସରେ ଟ୍ିଟ୍ କରିଛନ୍ତି। ସେ କହିଛନ୍ତି, ଆପଣଙ୍କୁ ଲେବର ସିନେଟ ଦଳକୁ ବହୁତ ବହୁତ ସ୍ବାଗତ। ଏଥିସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲବାନିଜ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ବରୁଣ ଘୋଷ ପେଶାରେ ଜଣେ ଓକିଲ ଅଟନ୍ତି। ସେ ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ ବିଭାଗରେ ଡିଗ୍ରୀ ହାସଲ କରିଛନ୍ତି। କେମ୍ବ୍ରିଜର ସେ ଆଇନର କମନଓ୍ବେଲଥ୍ ସ୍କଲାର୍ ମଧ୍ୟ ଅଟନ୍ତି। ସିନେଟର ହେବା ପୂର୍ବରୁ ସେ ନ୍ୟୁୟର୍କରେ ଫାଇନାନ୍ସ ଓକିଲ ତଥା ୱାଶିଂଟନ ଡିସିରେ ୱାଲର୍ଡ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୦ରେ ଯେତେବେଳେ ତାଙ୍କ ପିତାମାତା ଭାରତ ଛାଡିଥିଲେ ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା।
ପର୍ଥରେ ଅଷ୍ଟ୍ରେଲିଆର ଲେବର ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାର୍ଯ୍ୟ କରି ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଥିଲେ। ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ।
The post ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଘଟଣା, ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର appeared first on Dharitri Odia News.