ଯୁବତୀଙ୍କୁ ବଟିକା ଦେଇ ବଳାତ୍କାର: ବନ୍ଧାହେଲେ ଆଶ୍ରମର ରଙ୍ଗିଲା ବାବା
ଭୁବନେଶ୍ୱର,୭।୧୨: ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ଯୁବତୀଙ୍କୁ ନିଶା ବଟିକା ଦେଇ ବଳାତ୍କାର ଅଭିଯୋଗରେ ରଙ୍ଗିଲା ବାବା ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀଙ୍କୁ ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା। ଯୁବତୀଙ୍କ ଏତଲା ପରେ ପୋଲିସ ତାଙ୍କୁ ଆଶ୍ରମରୁ ଉଠାଇ ଆଣିଛି। ସୂଚନାନୁସାରେ, ସମ୍ବଲପୁର ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲେ ଏହି […] The post ଯୁବତୀଙ୍କୁ ବଟିକା ଦେଇ ବଳାତ୍କାର: ବନ୍ଧାହେଲେ ଆଶ୍ରମର ରଙ୍ଗିଲା ବାବା appeared first on Dharitri Odia News.
ଭୁବନେଶ୍ୱର,୭।୧୨: ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ଯୁବତୀଙ୍କୁ ନିଶା ବଟିକା ଦେଇ ବଳାତ୍କାର ଅଭିଯୋଗରେ ରଙ୍ଗିଲା ବାବା ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀଙ୍କୁ ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା। ଯୁବତୀଙ୍କ ଏତଲା ପରେ ପୋଲିସ ତାଙ୍କୁ ଆଶ୍ରମରୁ ଉଠାଇ ଆଣିଛି।
ସୂଚନାନୁସାରେ, ସମ୍ବଲପୁର ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲେ ଏହି ଭଣ୍ଡ ବାବା। ଟାର୍ଗେଟରେ ଥିଲେ ଗରିବ ଅସୁସ୍ଥ ଯୁବତୀ ଓ ମହିଳା॥ ସେମାନଙ୍କୁ ସୁସ୍ଥ କରିଦେବି କହି ଚେରମୂଳି ଔଷଧ ଦେଉଥିଲା। ସେମାନଙ୍କଠାରୁ ମୋବାଇଲ ନମ୍ବର ରଖି ପରବର୍ତ୍ତୀ ସମୟରେ ସେମାନଙ୍କ ସହ କଥାବାର୍ତ୍ତା ହୋଇ ବିଶ୍ୱାସ ଜନ୍ମାଉଥିଲା । ତେବେ ଜବତ ହୋଇଥିବା ମୋବାଇଲରେ ଅନେକ ମହିଳା, ଝିଅଙ୍କ ଫୋନ ନମ୍ବର ଓ ଫଟୋ ରହିଥିବା ପୋଲିସ ସୂଚନା ଦେଇଛି ।
ଦେହ ଖରାପ ଥିବାରୁ ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀ ଆଶ୍ରମ ଆସିଥିଲେ। । ସେଠାରେ କଥାବାର୍ତ୍ତା ହେବା ପରେ କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଆଉଥରେ ଔଷଧ ନେବାକୁ କହିଥିଲେ। ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଔଷଧ ଖାଇବାକୁ ଦେଇଥିଲେ। ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ। ପରେ ସେ ତାଙ୍କୁ ବଳାତ୍କାର କରିଥିଲା । ଯୁବତୀଜଣଙ୍କ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ରଙ୍ଗିଲା ବାବାଙ୍କୁ ଧରିଥିଲେ।
The post ଯୁବତୀଙ୍କୁ ବଟିକା ଦେଇ ବଳାତ୍କାର: ବନ୍ଧାହେଲେ ଆଶ୍ରମର ରଙ୍ଗିଲା ବାବା appeared first on Dharitri Odia News.