ଅଷ୍ଟ୍ରେଲିଆରେ ଗବେଷଣାତ୍ମକ ତଥ୍ୟ ରଖି ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ

ଭବାନୀପାଟଣା,୮ା୭(ଉତ୍ତମ କୁମାର ଦାଶ): ଚଳିତଥର ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସର ଦଶମ ଅଧିବେଶନ ଅଷ୍ଟ୍ରେଲିଆର ଡରଓ୍ବିନଠାରେ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତ ବିରାଟ ଗାଁର ବୀରକିଶୋର ରଣାଙ୍କ କନିଷ୍ଠ ପୁତ୍ର ତଥା କଳାହାଣ୍ଡି ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ଇତିହାସ ପ୍ରଧ୍ୟାପକ ଡ. ନଳିନୀ କାନ୍ତ ରଣା ଅଂଶଗ୍ରହଣ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ପୁରାତନ ସଭ୍ୟତା, ସଂସ୍କୃତିର ପୁନଃରୁଦ୍ଧାର ସହ ପରିବର୍ତ୍ତନଶୀଳ ଦୁନିଆରେ ପ୍ରତ୍ନତତ୍ତ୍ବର ଭୂମିକା ଉପରେ ଗବେଷଣାତ୍ମକ ତଥ୍ୟ […] The post ଅଷ୍ଟ୍ରେଲିଆରେ ଗବେଷଣାତ୍ମକ ତଥ୍ୟ ରଖି ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ appeared first on Dharitri Odia News.

ଅଷ୍ଟ୍ରେଲିଆରେ ଗବେଷଣାତ୍ମକ ତଥ୍ୟ ରଖି ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ

ଭବାନୀପାଟଣା,୮ା୭(ଉତ୍ତମ କୁମାର ଦାଶ): ଚଳିତଥର ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସର ଦଶମ ଅଧିବେଶନ ଅଷ୍ଟ୍ରେଲିଆର ଡରଓ୍ବିନଠାରେ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତ ବିରାଟ ଗାଁର ବୀରକିଶୋର ରଣାଙ୍କ କନିଷ୍ଠ ପୁତ୍ର ତଥା କଳାହାଣ୍ଡି ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ଇତିହାସ ପ୍ରଧ୍ୟାପକ ଡ. ନଳିନୀ କାନ୍ତ ରଣା ଅଂଶଗ୍ରହଣ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ପୁରାତନ ସଭ୍ୟତା, ସଂସ୍କୃତିର ପୁନଃରୁଦ୍ଧାର ସହ ପରିବର୍ତ୍ତନଶୀଳ ଦୁନିଆରେ ପ୍ରତ୍ନତତ୍ତ୍ବର ଭୂମିକା ଉପରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରି ସେ ବେଶ୍‌ ପ୍ରଂଶସିତ ହୋଇଥିଲେ। ୬ଦିନ ଧରି ଆୟୋଜିତ ଏହି ଅଧିବେଶନରେ ବିଶ୍ବର ୭୦ ଦେଶର ପ୍ରାୟ ୨୨୦୦ ପ୍ରତିନିଧି ଯୋଗଦେଇ ସେମାନଙ୍କ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସଫଳତା ପରେ ଡ. ରଣାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

The post ଅଷ୍ଟ୍ରେଲିଆରେ ଗବେଷଣାତ୍ମକ ତଥ୍ୟ ରଖି ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ appeared first on Dharitri Odia News.