ଅଷ୍ଟ୍ରେଲୀୟ ଲ୍ୟାବ୍‌ରୁ ୩୦୦ରୁ ଅଧିକ ମାରାତ୍ମକ ଭୂତାଣୁ ନମୁନା ଗାଏବ

କ୍ବିନ୍ସଲାଣ୍ଡ: ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡର ଏକ ପରୀକ୍ଷାଗାରରୁ ଶହ ଶହ ମାରାତ୍ମକ ଭୂତାଣୁ ନମୁନା ନିଖୋଜ ହୋଇଛି। ତେଣୁ ଜୈବ ନିରାପତ୍ତା ପ୍ରୋଟୋକଲ୍ ଉଲ୍ଲଂଘନ ଘଟଣାର ତୁରନ୍ତ ତଦନ୍ତ କରିବାକୁ ସରକାର ଅଷ୍ଟ୍ରେଲିଆ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଅଗଷ୍ଟମାସରେ କ୍ବିନ୍ସଲାଣ୍ଡର ପବ୍ଲିକ୍ ହେଲ୍ଥ ଭାଇରୋଲୋଜି ଲାବୋରେଟୋରିରୁ ହେଣ୍ଡ୍ରା ଭାଇରସ୍, ଲାଇସାଭାଇରସ୍ ଓ ହାଣ୍ଟାଭାଇରସ୍ ସମେତ ଅନେକ ସଂକ୍ରାମକ ଭୂତାଣୁର ୩୨୩ ନମୁନା ନିଖୋଜ ହୋଇଥିବା ସୂଚନା ମିଳିଥିଲା। ମାରାତ୍ମକ ଭୂତାଣୁ ନମୁନା ନିଖୋଜ ଥିବାରୁ ଜୈବ […]

ଅଷ୍ଟ୍ରେଲୀୟ ଲ୍ୟାବ୍‌ରୁ ୩୦୦ରୁ ଅଧିକ ମାରାତ୍ମକ ଭୂତାଣୁ ନମୁନା ଗାଏବ

କ୍ବିନ୍ସଲାଣ୍ଡ: ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡର ଏକ ପରୀକ୍ଷାଗାରରୁ ଶହ ଶହ ମାରାତ୍ମକ ଭୂତାଣୁ ନମୁନା ନିଖୋଜ ହୋଇଛି। ତେଣୁ ଜୈବ ନିରାପତ୍ତା ପ୍ରୋଟୋକଲ୍ ଉଲ୍ଲଂଘନ ଘଟଣାର ତୁରନ୍ତ ତଦନ୍ତ କରିବାକୁ ସରକାର ଅଷ୍ଟ୍ରେଲିଆ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଅଗଷ୍ଟମାସରେ କ୍ବିନ୍ସଲାଣ୍ଡର ପବ୍ଲିକ୍ ହେଲ୍ଥ ଭାଇରୋଲୋଜି ଲାବୋରେଟୋରିରୁ ହେଣ୍ଡ୍ରା ଭାଇରସ୍, ଲାଇସାଭାଇରସ୍ ଓ ହାଣ୍ଟାଭାଇରସ୍ ସମେତ ଅନେକ ସଂକ୍ରାମକ ଭୂତାଣୁର ୩୨୩ ନମୁନା ନିଖୋଜ ହୋଇଥିବା ସୂଚନା ମିଳିଥିଲା। ମାରାତ୍ମକ ଭୂତାଣୁ ନମୁନା ନିଖୋଜ ଥିବାରୁ ଜୈବ ନିରାପତ୍ତା ଅନୁସନ୍ଧାନ ଆରମ୍ଭ ହୋଇଛି। ଭୂତାଣୁ ନମୁନା ଚୋରି ହୋଇଛି ନା ନଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଷ୍ଟ୍ରେଲୀୟ ମନ୍ତ୍ରୀ ଟିମୋଥି ନିକୋଲ୍ସ କହିଛନ୍ତି, ଜୈବ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ ଏବଂ ସଂକ୍ରାମକ ଭୂତାଣୁ ନମୁନା ନିଖୋଜ ହେବା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। କ୍ବିନ୍ସଲ୍ୟାଣ୍ଡ ସ୍ୱାସ୍ଥ୍ୟ ବିଭାଗ ଏହାର ତଦନ୍ତ କରିବା ଦରକାର।