ଅସହ୍ୟ ହେଲା ବୋହୂର ନିର୍ଯାତନା : ବେକରେ ପଥର ବାନ୍ଧି ପାଣିକୁ ଡେଇଁ ପଡ଼ିଲେ ଶଶୁର

ରାଜକନିକା : ଅସହ୍ୟ ହେଲା ବୋହୂର ନିର୍ଯାତନା। ତେଣୁ ବେକ‌ରେ ପଥର ବାନ୍ଧି ପାଣିକୁ ଡେଇଁ ଜୀବନ ହାରିଲେ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ରାଜକନିକା ଥାନା ଭାରିଗଦା ପଞ୍ଚାୟତ କେଶନଗର ଗାଁରେ ଘଟିଛି। ମୃତ ବୃଦ୍ଧଜଣଙ୍କ ହେଲେ, ରାଜକନିକା ଥାନା ଭାରିଗଦା ପଞ୍ଚାୟତ କେଶନଗର ଗାଁର ଦୁର୍ଯୋଧନ ସାହୁ (୭୫)। ଗ୍ରାମବାସୀ ସୋମବାର ତାଙ୍କ ଶବକୁ ପାଣି ଭିତରୁ ଉଦ୍ଧାର କରିଛନ୍ତି। ଅପରପକ୍ଷେ ଏନେଇ ଦୁର୍ଯ୍ୟୋଧନଙ୍କ ପୁଅ ହେମନ୍ତ ନିଜ ପତ୍ନୀଙ୍କ ବିରୋଧରେ ଥାନାରେ […]

ଅସହ୍ୟ ହେଲା ବୋହୂର ନିର୍ଯାତନା : ବେକରେ ପଥର ବାନ୍ଧି ପାଣିକୁ ଡେଇଁ ପଡ଼ିଲେ ଶଶୁର
rajkanika police station

ରାଜକନିକା : ଅସହ୍ୟ ହେଲା ବୋହୂର ନିର୍ଯାତନା। ତେଣୁ ବେକ‌ରେ ପଥର ବାନ୍ଧି ପାଣିକୁ ଡେଇଁ ଜୀବନ ହାରିଲେ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ରାଜକନିକା ଥାନା ଭାରିଗଦା ପଞ୍ଚାୟତ କେଶନଗର ଗାଁରେ ଘଟିଛି। ମୃତ ବୃଦ୍ଧଜଣଙ୍କ ହେଲେ, ରାଜକନିକା ଥାନା ଭାରିଗଦା ପଞ୍ଚାୟତ କେଶନଗର ଗାଁର ଦୁର୍ଯୋଧନ ସାହୁ (୭୫)। ଗ୍ରାମବାସୀ ସୋମବାର ତାଙ୍କ ଶବକୁ ପାଣି ଭିତରୁ ଉଦ୍ଧାର କରିଛନ୍ତି। ଅପରପକ୍ଷେ ଏନେଇ ଦୁର୍ଯ୍ୟୋଧନଙ୍କ ପୁଅ ହେମନ୍ତ ନିଜ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁସାରେ, ବିଭିନ୍ନ କାରଣରୁ ଦୁର୍ଯୋଧନଙ୍କ ବୋହୂ ଶାଶୁଘର ଛାଡ଼ି ବାପଘରେ ରହିବା ସହ ସ୍ୱାମୀ ଓ ଶଶୁରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏପରିକି, ଶଶୁର ତାଙ୍କୁ ଦୁଷ୍କର୍ମ କରିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ। ଥାନାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ଆପୋସ ସମାଧାନ ହୋଇଥିଲା। କିନ୍ତୁ ବୋହୂର ଏଭଳି ଅଭିଯୋଗରେ ଶଶୁର ଅତ୍ୟନ୍ତ ମର୍ମାହତ ହୋଇଥିଲେ। ରବିବାର ପୂର୍ବାହ୍ନରେ ଦୁର୍ଯ୍ୟୋଧନ ଘରୁ ପଳାଇ ନିଜ ଗାଁର ଏକ ଯୋରରେ ବେକରେ ପଥର ବାନ୍ଧି ପାଣିକୁ ଡେଇଁ ପଡ଼ିଥିଲେ। ସୋମବାର ଗ୍ରାମବାସୀ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ। ଏନେଇ ଦୁର୍ଯ୍ୟୋଧନଙ୍କ ପୁଅ ହେମନ୍ତ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଲୋକନିନ୍ଦାରେ ବାପା ଏଭଳି ଚରମ ନିଷ୍ପତ୍ତି ନେଇଥିବା ସେ କହିଛନ୍ତ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ସମ୍ପର୍କୀୟମାନଙ୍କୁ ପଚରାଉଚୁରା କରୁଛି।