ଅସ୍ତ ହେଲେ କ୍ରିକେଟ ଆକାଶର ରବି, ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ ଟେକର

ନୂଆଦିଲ୍ଲୀ ୧୮/୧୨: ୩୮ ବର୍ଷୀୟ ଆର୍. ଅଶ୍ୱିନ । ଭାରତ ପାଇଁ ନେଇଛନ୍ତି ଦ୍ୱିତୀୟ ସର୍ବାଧିକ ୱିକେଟ୍ । ତାଙ୍କ ନାମରେ ରହିଛି ୫୩୭ ଟେଷ୍ଟ ଓ୍ୱିକେଟ । ଅନିଲ୍ କୁମ୍ୱଲେଙ୍କ ପରେ ସେ ଦ୍ୱିତୀୟ ସ୍ପିନର । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଗୋଟିଏ ଇନିଂସରେ ନେଇଛନ୍ତି  ସର୍ବାଧିକ ୫ ୱିକେଟ୍ । ଏଥିସହ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ବି ଜିତିଛନ୍ତି । ଏହି ରେକର୍ଡ  ମୁରଲୀଧରନଙ୍କ ସହ ସମାନ । ଜଣେ ସ୍ପିନର ଭାବେ ବୋଲିଂ ଷ୍ଟ୍ରାଇକ୍ ହାର ହେଉଛି ୫୦.୭ । ଆଉ ଏହି ହାରରେ ସେ ହାତେଇଛନ୍ତି ୨୦୦ ରୁ ଅଧିକ ଓ୍ୱିକେଟ, ଯାହା କି ସର୍ବାଧିକ ।୨୦୧୦ରେ ଜିମ୍ବାୱେ ବିପକ୍ଷରେ ଟି-20 ଜରିଆରେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ ଆର ଅଶ୍ୱିନ୍ । ଜଣେ ମହାନ ବୋଲର ଭାବରେ ସୃଷ୍ଟି କରିଥିଲେ ଅଲୋଡା ରେକର୍ଡ । ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୨୮୭ ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ତାମିଲନାଡୁର ଏହି ସ୍ପିନର ନଭେମ୍ବର ୨୦୧୧ରେ ଦିଲ୍ଲୀର ଟେଷ୍ଟ କ୍ରିକେଟ୍ ଡେବ୍ୟୁ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଥିଲେ ଆରମ୍ଭ କରିଥିଲେ କ୍ୟାରିୟର । ଅଶ୍ୱିନ ହାରାହାରି ୨୪.୦୦ ଟେଷ୍ଟ ମ୍ୟାଚରେ ନେଇଛନ୍ତି ୫୩୭ ୱିକେଟ୍ । ଏହି ଅବଧିରେ ଅଶ୍ୱିନ ୩୭ ଇନିଂସରେ ନେଇଥିଲେ ପାଞ୍ଚଟି ୱିକେଟ୍ । ୮ ଥର ମ୍ୟାଚରେ ନେଇଥିଲେ ୧୦ ୱିକେଟ୍ । ଇନିଂସରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୫୯ ରନ୍ ଦେଇ ନେଇଛନ୍ତି ୭ ଓ୍ୱିକେଟ । ଯେତେବ

ଅସ୍ତ ହେଲେ କ୍ରିକେଟ ଆକାଶର ରବି, ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ ଟେକର

ନୂଆଦିଲ୍ଲୀ ୧୮/୧୨: ୩୮ ବର୍ଷୀୟ ଆର୍. ଅଶ୍ୱିନ । ଭାରତ ପାଇଁ ନେଇଛନ୍ତି ଦ୍ୱିତୀୟ ସର୍ବାଧିକ ୱିକେଟ୍ । ତାଙ୍କ ନାମରେ ରହିଛି ୫୩୭ ଟେଷ୍ଟ ଓ୍ୱିକେଟ । ଅନିଲ୍ କୁମ୍ୱଲେଙ୍କ ପରେ ସେ ଦ୍ୱିତୀୟ ସ୍ପିନର । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଗୋଟିଏ ଇନିଂସରେ ନେଇଛନ୍ତି  ସର୍ବାଧିକ ୫ ୱିକେଟ୍ । ଏଥିସହ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ବି ଜିତିଛନ୍ତି । ଏହି ରେକର୍ଡ  ମୁରଲୀଧରନଙ୍କ ସହ ସମାନ । ଜଣେ ସ୍ପିନର ଭାବେ ବୋଲିଂ ଷ୍ଟ୍ରାଇକ୍ ହାର ହେଉଛି ୫୦.୭ । ଆଉ ଏହି ହାରରେ ସେ ହାତେଇଛନ୍ତି ୨୦୦ ରୁ ଅଧିକ ଓ୍ୱିକେଟ, ଯାହା କି ସର୍ବାଧିକ ।

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଟି-20 ଜରିଆରେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ ଆର ଅଶ୍ୱିନ୍ । ଜଣେ ମହାନ ବୋଲର ଭାବରେ ସୃଷ୍ଟି କରିଥିଲେ ଅଲୋଡା ରେକର୍ଡ । ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୨୮୭ ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ତାମିଲନାଡୁର ଏହି ସ୍ପିନର ନଭେମ୍ବର ୨୦୧୧ରେ ଦିଲ୍ଲୀର ଟେଷ୍ଟ କ୍ରିକେଟ୍ ଡେବ୍ୟୁ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଥିଲେ ଆରମ୍ଭ କରିଥିଲେ କ୍ୟାରିୟର । ଅଶ୍ୱିନ ହାରାହାରି ୨୪.୦୦ ଟେଷ୍ଟ ମ୍ୟାଚରେ ନେଇଛନ୍ତି ୫୩୭ ୱିକେଟ୍ । ଏହି ଅବଧିରେ ଅଶ୍ୱିନ ୩୭ ଇନିଂସରେ ନେଇଥିଲେ ପାଞ୍ଚଟି ୱିକେଟ୍ । ୮ ଥର ମ୍ୟାଚରେ ନେଇଥିଲେ ୧୦ ୱିକେଟ୍ । 


ଇନିଂସରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୫୯ ରନ୍ ଦେଇ ନେଇଛନ୍ତି ୭ ଓ୍ୱିକେଟ । ଯେତେବେଳେ କି ଗୋଟିଏ ଟେଷ୍ଟ ମ୍ୟାଚରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା ୧୪୦ ରନ୍ ସହ ୧୩ ଓ୍ୱିକେଟ । ଏହାସହ  ୧୧୬ ଦିନିକିଆରେ ୧୫୬ଟି ୱିକେଟ ନେଇଛନ୍ତି ଅଶ୍ୱିନ୍ । ଟି-ଟ୍ୱେଣ୍ଟିରେ ୬୫ଟି ମ୍ୟାଚରୁ ୭୨ଟି ୱିକେଟ ନେଇଛନ୍ତି । ୩ଟି ଫର୍ମାଟରେ ମୋଟ ୭୬୫ଟି ୱିକେଟ ନେଇଛନ୍ତି ଅଶ୍ୱିନ୍ । କେବଳ ସେତିକି ନୁହେଁ ଅଲରାଉଣ୍ଡର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଶ୍ୱିନ । ଟେଷ୍ଟ କ୍ରିକେଟରେ ୩,୫୦୩ ରନ୍ ସଂଗ୍ରହ କରି ୬ ଶତକ ଏବଂ ୧୪ଟି ହାପ ସେଞ୍ଚୁରୀ କରିଛନ୍ତି । ବିଶେଷ କରି ତାଙ୍କୁ ଟେଷ୍ଟ କିମ୍ବଦନ୍ତୀ ଭାବେ ଦିଆଯାଏ ମାନ୍ୟତା ।  

ଜଣେ ବୋଲର ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୭୬୫ ୱିକେଟ୍ ନେଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ଅନିଲ କୁମ୍ବଲେଙ୍କ ପରେ ସେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ଥିଲେ। ଅଶ୍ୱିନ ଏମିତି ଜଣେ ଖେଳାଳି, ଯିଏ କି, ଚାରି ମ୍ୟାଚ୍‌ରେ ଗୋଟିଏ ସେଞ୍ଚୁରୀ ଓ ପାଞ୍ଚ ୱିକେଟ୍ ନେଇ ରଚିଛନ୍ତି କୀର୍ତ୍ତିମାନ । ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ। ଅଶ୍ୱିନ ଜଣେ ଖେଳାଳି ଯିଏକି ଗୋଟିଏ ସିଜନରେ ନେଇଛନ୍ତି ସର୍ବାଧିକ ୮୨ ୱିକେଟ୍ ।